Advertisment

ବାଂଲାଦେଶ ଓ ପାକିସ୍ତାନରେ ବଢ଼ି ଚାଲିଛି ହିନ୍ଦୁ ବିରୋଧୀ ହିଂସା, ତଥ୍ୟ ଦେଲେ ସରକାର

୨୦୨୪ ବର୍ଷରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ସଂଖ୍ୟା ୨୨୦୦ ରହିଛି। ବିଶେଷ କରି ଶେଖ ହସିନାଙ୍କ ଆବାମୀ ଲିଗ ସରକାର ଭୁଶୁଡ଼ିବା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢ଼ିଛି।

author-image
Hemant Lenka
Pakistan

Pakistan

ଭାରତର ଦୁଇ ପଡ଼ୋଶୀ ବାଂଲାଦେଶ ଓ ପାକିସ୍ତାନରେ ହିନ୍ଦୁ ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ବାଂଲାଦେଶ ତୁଳନାରେ ପାକିସ୍ତାନରେ ହିନ୍ଦୁ ବିରୋଧୀ ହିଂସା କମ ରହିଥିଲେ ହେଁ ଗତବର୍ଷ ତୁଳନାରେ ଏହା ସାମାନ୍ୟ ବଢ଼ିଛି।

Advertisment

୨୦୨୪ ବର୍ଷରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ସଂଖ୍ୟା ୨୨୦୦ ରହିଛି। ବିଶେଷ କରି ଶେଖ ହସିନାଙ୍କ ଆବାମୀ ଲିଗ ସରକାର ଭୁଶୁଡ଼ିବା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢ଼ିଛି। ସେହିପରି ପାକିସ୍ତାନରେ ଚଳିତ ବର୍ଷ ୧୧୨ଟି ହିନ୍ଦୁ ବିରୋଧୀ ହିଂସା କାଣ୍ଡ ଘଟିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟସଭାରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏପରି ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ଉଭୟ ବାଂଲାଦେଶ ଓ ପାକିସ୍ତାନକୁ ଭାରତ ସରକାର ଚିଠି ଲେଖି ସେମାନଙ୍କ ଦେଶରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ କହିଛନ୍ତି।

Advertisment

ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି ଯେ ସରକାର ଘଟୁଥିବା ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ନିଜର ଚିନ୍ତାକୁ ବାଂଲାଦେଶ ସରକାରଙ୍କୁ ଜଣାଇଛନ୍ତି। ଭାରତ ସରକାର ଆଶା ରଖିଛି ଯେ ବାଂଲାଦେଶର ସରକାର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ଭାରତ ସରକାର କୂଟନୀତିକ ସ୍ତରରେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ପ୍ରସଙ୍ଗକୁ ପାକିସ୍ତାନ ସରକାରଙ୍କ ଆଗରେ ଉଠାଇଛନ୍ତି। ପାକିସ୍ତାନ ସରକାର ଧାର୍ମିକ ଅସିହିଷ୍ଣୁତା, ଅପବିତ୍ରୀକରଣକୁ ନେଇ ହେଉଥିବା ହିଂସା ଓ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତଥ୍ୟ ଅନୁସାରେ, ୨୦୨୨ରେ ୪୭ଟି ହିନ୍ଦୁ ବିରୋଧୀ ହିଂସା ବାଂଲାଦେଶରେ ରେକର୍ଡ କରାଯାଇଥିଲା। ୨୦୨୩ରେ ଏହା ୩୦୨ ରହିଥିଲା। କିନ୍ତୁ ୨୦୨୪ ଡିସେମ୍ବର ୮ ସୁଦ୍ଧା ହିନ୍ଦୁ ବିରୋଧୀ ହିଂସା ବାଂଲାଦେଶରେ ୨୨୦୦ରେ ପହଞ୍ଚି ଯାଇଛି।

ସେହିପରି ପାକିସ୍ତାନରେ ୨୪୧ଟି ହିନ୍ଦୁ ବିରୋଧୀ ହିଂସା ୨୦୨୨ରେ ରେକର୍ଡ ହୋଇଥିବା ବେଳେ ୨୦୨୩ରେ ଏହା ୧୦୩କୁ ଖସି ଆସିଥିଲା। କିନ୍ତୁ ଚଳିତ ଅକ୍ଟୋବର ସୁଦ୍ଧା ହିନ୍ଦୁ ବିରୋଧୀ ହିଂସାକାଣ୍ଡ ୧୧୨ରେ ପହଞ୍ଚି ଯାଇଛି।

ବାଂଲାଦେଶ ଓ ପାକିସ୍ତାନ ବ୍ୟତୀତ ଆଉ କୌଣସି ପଡ଼ୋଶୀ ଦେଶରେ ହିନ୍ଦୁ ବିରୋଧୀ ହିଂସା ରେକର୍ଡ କରାଯାଇ ନଥିବା ଭାରତ ସରକାର କହିଛନ୍ତି।

Pakistan India Bangladesh Hindu