Advertisment

ରାମ ମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୨୪୦୦ କେଜିର ଘଣ୍ଟି

ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେବ।

ଅଦ୍ୟତନ ହୋଇଛି
Bell

Bell

Advertisment

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରରେ ୨୪୦୦ କିଲୋଗ୍ରାମର ଏକ ଘଣ୍ଟି ଲାଗିବ। ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚି ସାରିଛି।

Advertisment

ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଗଲାଣି। ମନ୍ଦିରରେ ସୁନାର କବାଟ ଲାଗି ସାରିଛି। ଏଥିସହ ଅନ୍ୟାନ୍ୟ ଜିନିଷର କାରୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।

ଏହିକ୍ରମରେ ଭବ୍ୟ ରାମ ମନ୍ଦିରରେ ଲାଗିବ ଦେଶର ସବୁଠାରୁ ବଡ଼ ଘଣ୍ଟି। ୨୪ ଶହ କେଜି ଓଜନର ଏହି ଘଣ୍ଟି ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚି ସାରିଛି। ଇଟାହ ଜିଲ୍ଲାର ଜାଲେସର ଅଞ୍ଚଳରେ ଏହି ବିଶାଳ ଘଣ୍ଟକୁ ତିଆରି କରାଯାଇଛି। ଅଷ୍ଟଧାତୁରେ ତିଆରି ହୋଇଥିବା ଘଣ୍ଟି ପ୍ରଥମେ ଜାଲେସର ଅଞ୍ଚଳରୁ ଟ୍ରେନ ଯୋଗେ ଅଯୋଧ୍ୟା ଆସିଥିଲା।

Advertisment

ମଙ୍ଗଳବାର ଏହା ପହଞ୍ଚିବା ପରେ ସହରର ବିଭିନ୍ନ ସ୍ଥାନରେ ଏହାକୁ ବୁଲା ଯାଇଥିଲା। ଏହାପରେ ଆଜି ଘଣ୍ଟି ରାମ ମନ୍ଦିରରେ ପହଞ୍ଚିଛି। ୩୦ ଜଣ ଶ୍ରମିକ ବେଶ କିଛି ମାସର ପରିଶ୍ରମ ପରେ ଏହାକୁ ତିଆରି କରିଛନ୍ତି।

ଧାତୁ ବ୍ୟବସାୟୀ ମିତ୍ତଲ ପରିବାର ପକ୍ଷରୁ ରାମ ମନ୍ଦିର ପାଇଁ ବିଶାଳ ଘଣ୍ଟିକୁ ଦାନ କରାଯାଇଛି। ବ୍ୟବସାୟୀ ଆଦିତ୍ୟ ମିତ୍ତଲ କହିଛନ୍ତି ଯେ ତାଙ୍କ ଭାଇ ବିକାଶ ରାମ ମନ୍ଦିରକୁ ଘଣ୍ଟି ଦାନ ଆକାରରେ ଦେବାକୁ ଇଚ୍ଛା ରଖିଥିଲେ। ଉକ୍ତ ଇଚ୍ଛାକୁ ସମ୍ମାନ ଜଣାଇ ମିତ୍ତଲ ପରିବାର ପକ୍ଷରୁ ଅଷ୍ଟଧାତୁରେ ନିର୍ମିତ ଘଣ୍ଟି ଦାନ କରାଯାଇଛି।

ଏହାପୂର୍ବରୁ ଗୁଜରାଟର ବରୋଦ୍ରାରେ ରହୁଥିବା ଲୋକମାନେ ୩୬୧୦ କେଜି ଓ ୧୮୦ ଫୁଟ ଲମ୍ବାର ଧୂପକାଠି ରାମ ମନ୍ଦିରର ଉଦଘାଟନ ପାଇଁ ପଠାଇଥିଲେ। ଗୋଟିଏ ଟ୍ରକ ଯୋଗେ ବିଶାଳ ଧୂପ କାଠି ଅଯୋଧ୍ୟାରେ ପହଞ୍ଚିଛି।

Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe