Advertisment

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଥିବା ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ

୧୪ ବର୍ଷର ନାବାଳିକାଙ୍କୁ ଦୁଇ ଭାଇ ଦୁଷ୍କର୍ମ ପରେ କୋଇଲା ଆଞ୍ଚରେ ଜିଅନ୍ତା ଜାଳି ଦେଇଥିଲେ।

author-image
Debibandita Barick
Representative Image

Representative Image

ରାଜସ୍ଥାନରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ କୋଇଲା ଆଞ୍ଚରେ ଜାଳି ଦେବା ମାମଲାରେ ରାୟ ଶୁଣାଇଛନ୍ତି ଅଦାଲତ। ଭିଲୱାରରାର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ଦୁଇ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।  

Advertisment

ସୂଚନା ଅନୁସାରେ, ଗତ ବର୍ଷ ଅଗଷ୍ଟ ୩ରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଦୁଇ ଭାଇ ଦୁଷ୍କର୍ମ କରିଥିଲେ। ସେ ନିକଟସ୍ଥ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ସମୟରେ କାଲେବଲିଆ ଜନଜାତିର ଦୁଇ ଭାଇ କାଲୁ ଏବଂ କାହ୍ନା ତାଙ୍କୁ ଦୁଷ୍କର୍ମ କରିବା ପରେ ଏକ କୋଇଲା ଆଞ୍ଚରେ ଜୀବନ୍ତା ଜାଳି ଦେଇଥିଲେ। 

ତଦନ୍ତ ପରେ ପୁଲିସ କାଲୁ ଏବଂ କାହ୍ନାକୁ ଗିରଫ କରିଥିଲା। କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ। ଆଜି ଏ ମାମଲା ଉପରେ ରାଜସ୍ଥାନର ଭିଲୱାରାର ସ୍ପତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି। 

Advertisment

ଶୁଣାଣି ସମୟରେ ବିଚାରପତି ଅନିଲ ଗୁପ୍ତା ମାମଲାକୁ ବିରଳରୁ ଅତି ବିରଳ ବୋଲି ଦର୍ଶାଇଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କାଲୁ ଏବଂ କାହ୍ନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ସହ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ ହୋଇଥିବା ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ରିପୋର୍ଟ ଅନୁସାରେ, ନିର୍ଦ୍ଦୋଷରେ ଖଲାସ ହୋଇଥିବା ୭ ଜଣଙ୍କ ମଧ୍ୟରୁ ତିନି ଜଣ ମହିଳା କାଲୁ ଏବଂ କାହ୍ନାକୁ ବିବାହ କରିଥିଲେ। ତେବେ କାଲୁ ଏବଂ କାହ୍ନା ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ରାଜସ୍ଥାନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି। 

Minor Girl Rape Case Rajasthan Rape Case