Advertisment

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ପ୍ରଭାବିତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁ କାସାରାରୁ ଇଗତପୁରୀ ଡାଉନଲାଇନ ଓ ମିଡିଲ ଲାଇନ୍‌ ପ୍ରଭାବିତ ହୋଇଛି। ଇଗତପୁରୀ ଓ କାସାରା ଅପଲାଇନ୍‌ ଆଦୌ ପ୍ରଭାବିତ ହୋଇନାହିଁ।

author-image
Hemant Lenka
Train

Train

ମହାରାଷ୍ଟ୍ରର କାସାରା ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଗୋଟିଏ ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ରେଳ ଧାରଣାରେ ବଗି ଗୁଡ଼ିକ ପଡ଼ିବାରୁ ୮ଟି ଏକ୍ସପ୍ରେସ ଟ୍ରେନର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ୪ଟି ଟ୍ରେନର ଗତିପଥକୁ ବଦଳା ଯାଇଥିବା କେନ୍ଦ୍ରୀୟ ରେଳବାଇ ପକ୍ଷରୁ କୁହାଯାଇଛି।

Advertisment

ମାଲବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁ କାସାରାରୁ ଇଗତପୁରୀ ଡାଉନଲାଇନ ଓ ମିଡିଲ ଲାଇନ୍‌ ପ୍ରଭାବିତ ହୋଇଛି। ଇଗତପୁରୀ ଓ କାସାରା ଅପଲାଇନ୍‌ ଆଦୌ ପ୍ରଭାବିତ ହୋଇନାହିଁ।

ତେବେ କଲ୍ୟାଣ ଓ ଇଗତପୁରୀରୁ ଦୁଇଟି ରିଲଫ ଟ୍ରେନ ଘଟଣାସ୍ଥଳକୁ ପଠାଯାଇଛି। ଖୁବଶୀଘ୍ର ଟ୍ରାକ ମରାମତି କରାଯିବ ଓ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି କେନ୍ଦ୍ରୀୟ ରେଲବାଇ ପକ୍ଷରୁ କୁହାଯାଇଛି। କିନ୍ତୁ ଏକ୍ସପ୍ରେସ ଟ୍ରେନ ସହ ଏକାଧିକ ପ୍ୟାସେଞ୍ଜର ଟ୍ରେନର ଯାତାୟାତ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ହତସନ୍ତ ହୋଇଛନ୍ତି।

Advertisment
Maharashtra Train Accident