/odisha-reporter/media/post_attachments/uploadimage/library/16_9/16_9_0/Naxal_1719144791.jpg)
Naxal
ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ କରିଛନ୍ତି ଆଇଇଡି ବ୍ଲାଷ୍ଟ। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି।
ପୁଲିସ୍ କହିଛି ଜଗରଗୁଣ୍ଡା ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସିଲଗେର ଓ ତେକୁଲାଗୁଡେମ ମଧ୍ୟରେ ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ। ସେଠାରେ ଯବାନମାନେ ପହଞ୍ଚିବା କ୍ଷଣି ବିସ୍ଫୋରଣ ହୋଇଥିଲା।
ଯବାନମାନେ ସିଲଗେରରୁ ତେକୁଲାଗୁଡେମ କ୍ୟାମ୍ପକୁ ଗୋଟିଏ ଟ୍ରକ ଓ ବାଇକରେ ଯାଉଥିଲେ। ବିସ୍ଫୋରଣ ଯୋଗୁ ସେମାନଙ୍କ ଟ୍ରକଟି ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ସିଆରପିଏଫର କୋବ୍ରା ୨୦୧ ବାଟାଲିୟନର ୨ ଜଣ ଯବାନ ସହିଦ ହୋଇଥିବା ଜଣେ ପୁଲିସ୍ ଅଧିକାରୀ କହିଛନ୍ତି।
ସେ କହିଛନ୍ତି ଯେ ଟ୍ରକରେ ଥିବା ଡ୍ରାଇଭର ବିଷ୍ଣୁ ଓ ଆଉ ଜଣେ ଯବାନ ଶୈଳେନ୍ଦ୍ରଙ୍କ ଏଥିରେ ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେହକୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଛି। ସେହିପରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
