Advertisment

ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସିଲଗେର ଓ ତେକୁଲାଗୁଡେମ ମଧ୍ୟରେ ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ।

ଅଦ୍ୟତନ ହୋଇଛି
Naxal

Naxal

Advertisment

ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ କରିଛନ୍ତି ଆଇଇଡି ବ୍ଲାଷ୍ଟ। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି।

Advertisment

ପୁଲିସ୍‌ କହିଛି ଜଗରଗୁଣ୍ଡା ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସିଲଗେର ଓ ତେକୁଲାଗୁଡେମ ମଧ୍ୟରେ ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ। ସେଠାରେ ଯବାନମାନେ ପହଞ୍ଚିବା କ୍ଷଣି ବିସ୍ଫୋରଣ ହୋଇଥିଲା।

ଯବାନମାନେ ସିଲଗେରରୁ ତେକୁଲାଗୁଡେମ କ୍ୟାମ୍ପକୁ ଗୋଟିଏ ଟ୍ରକ ଓ ବାଇକରେ ଯାଉଥିଲେ। ବିସ୍ଫୋରଣ ଯୋଗୁ ସେମାନଙ୍କ ଟ୍ରକଟି ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ସିଆରପିଏଫର କୋବ୍ରା ୨୦୧ ବାଟାଲିୟନର ୨ ଜଣ ଯବାନ ସହିଦ ହୋଇଥିବା ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

Advertisment

ସେ କହିଛନ୍ତି ଯେ ଟ୍ରକରେ ଥିବା ଡ୍ରାଇଭର ବିଷ୍ଣୁ ଓ ଆଉ ଜଣେ ଯବାନ ଶୈଳେନ୍ଦ୍ରଙ୍କ ଏଥିରେ ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେହକୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଛି। ସେହିପରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। 

Chhattisgarh Naxal Attack Naxal CRPF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe