Advertisment

ସପିଂ ମଲ୍‌ ଛାତରୁ ଖସିଲା ସିଲିଂ, ୨ ମୃତ

ମଲ୍‌ର ୫ମ ମହଲା ଛାତରୁ ଲୁହା ସିଲିଂ ଖସି ପଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
blue-sapphire-mall

blue-sapphire-mall

Advertisment

ସପିଂ ମଲ୍‌ ଭିତରେ ଅଘଟଣ। ଛାତରୁ ହଠାତ ଖସି ପଡିଲା ସିଲିଂ ତଥା ଏକ ପ୍ରକାରର ଲୁହା ଷ୍ଟ୍ରକ୍‌ଚର୍‌। ଘଟଣାସ୍ଥଳରେ ହିଁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗ୍ରେଟେର ନଏଡା ସ୍ଥିତ ବ୍ଲୁ ସଫାୟର ମଲ୍‌ରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଆଜି ସକାଳୁ ସପିଂ ମଲ୍‌ ଭିତରେ ସପିଂ ପାଇଁ ଲୋକଙ୍କ ଭିଡ ଜମିଥିଲା। ଏହି ସମୟରେ ବ୍ଲୁ ସଫାୟର ମଲ୍‌ର ୫ମ ମହଲା ଛାତରୁ ଲୁହା ସିଲିଂ ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏଥିସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ। ମଲ୍‌ ଭିତରେ ପ୍ରବଳ ଭିଡ ଜମିଥିଲା। ପରେ ଲୋକଙ୍କୁ ଶାନ୍ତ ରହିବା ପାଇଁ ପୁଲିସ ଅନୁରୋଧ କରିଥିଲା।

Advertisment

ପୁଲିସ କହିବା ମୁତାବକ, ମୃତକ ଦୁଇ ଜଣ ହେଲେ ଗାଜିଆବାଦର ହରେନ୍ଦ୍ର ଭଟ୍ଟି ଓ ବିଜୟନଗରର ଶକିଲ ଖାନ୍‌। ଉଭୟ ଏସ୍କାଲେଟର୍‌ରେ ଥିବା ବେଳେ ତାଙ୍କ ଉପରେ ଛତରୁ ଲୁହା ସିଲିଂ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଅତିରିକ୍ତ ଡିସିପି କହିଛନ୍ତି। ପୂରା ମାମଲାର ତଦନ୍ତ ଜାରି ରହିଛି।

Accident Greater Noida Shoping Mall Blue Sapphire Mall
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe