Advertisment

ଫାଟିଗଲା ବାହାଘର ବେଳେ ଉପହାରରେ ମିଳିଥିବା ମ୍ୟୁଜିକ ସିଷ୍ଟମ, ନବବିବାହିତ ମୃତ

ହୋମ ଥିଏଟର ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ କରିବାରୁ ନୂଆ କରି ବାହା ହୋଇଥିବା ବ୍ୟକ୍ତି ଓ ତାଙ୍କ ବଡ଼ ଭାଇଙ୍କ ମୃତ୍ୟୁ ଘଟିଛି। ସେହିପରି ପରିବାରର ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

home theatre

home theatre

Advertisment

କାଳ ସାଜିଲା ବାହାଘର ଗିଫ୍ଟ। ବାହାଘରେ ବେଳେ ନବ ଦମ୍ପତିଙ୍କୁ ମିଳିଥିଲା ଗୋଟିଏ ବିରାଟ ହୋମ ଥିଏଟର ମ୍ୟୁଜିକ ସିଷ୍ଟମ। ଏହାକୁ ନବିବାହିତ ଜଣଙ୍କ ଘରେ ମଧ୍ୟ ଲଗାଇଥିଲେ। ହେଲେ ଉକ୍ତ ମ୍ୟୁଜିକ ସିଷ୍ଟମ ସୁନାର ସଂସାରକ ଛାରଖାର କରି ଦେଇଛି।

Advertisment

ହୋମ ଥିଏଟର ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ କରିବାରୁ ନୂଆ କରି ବାହା ହୋଇଥିବା ବ୍ୟକ୍ତି ଓ ତାଙ୍କ ବଡ଼ ଭାଇଙ୍କ ମୃତ୍ୟୁ ଘଟିଛି। ସେହିପରି ପରିବାରର ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ର କବିରଧାମ ଜିଲ୍ଲାରେ ଏପରି ଦୁଃଖଦ ଘଟଣା ଘଟିଛି।

ଘଟଣାଟି ସୋମବାର ଘଟିଥିବା ବେଳେ ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ ହେବାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ହୋମ ଥିଏଟର ରହିଥିବା ଘରର କାନ୍ଥ ଓ ଛାତ ମଧ୍ୟ ଭୁଶୁଡ଼ି ପଡ଼ିଛି।

Advertisment

ପୁଲିସ୍‌ କହିଛି ଯେ ୨୨ ବର୍ଷୀୟ ହେମେନ୍ଦ୍ର ମେରାୱି ଏପ୍ରିଲ ୧ରେ ବିବାହ କରିଥିଲେ। ଏହି ସମୟରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଅନେକ ଉପହାର ମିଳିଥିଲା। ସୋମବାର ପରିବାର ସବୁ ସଦସ୍ୟ ମିଳିତ ଭାବେ ଗୋଟିଏ ରୁମାରେ ବସି ବାହାଘରରେ ମିଳିଥିବା ଉପହାର ସବୁ ଖୋଲିବା ଆରମ୍ଭ କରିଥିଲେ। ଏହି ସମୟରେ ସେମାନଙ୍କୁ ଗୋଟିଏ ବଡ଼ ହୋମ ଥିଏଟର ମ୍ୟୁଜିକ ସିଷ୍ଟମ ମିଳିଥିଲା। ଏହାକୁ ହେମେନ୍ଦ୍ର ଚାଲୁ କରିବା ପାଇଁ ବିଦ୍ୟୁତ ସଂଯୋଗ କରିଥିଲେ। ତେବେ ତାର ସଂଯୋଗ କରିବା କ୍ଷଣି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଘଟଣା ସ୍ଥଳରେ ହିଁ ହେମେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ତାଙ୍କ ବଡ଼ ଭାଇ ରାଜକୁମାର ଓ ପରିବାରର ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାର ମଧ୍ୟ ଆଖି ବୁଜିଥିଲେ। ଏବେ ବି ପରିବାରର ଅନ୍ୟମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ପୁଲିସ୍‌ ସହ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ରେଙ୍ଗାଖର ପୁଲିସ୍‌ ଷ୍ଟେସନର ଅଧିକାରୀ ଦୁର୍ଗେଶ ରାୱତେ କହିଛନ୍ତି, ଯାଞ୍ଚ ବେଳେ ବିସ୍ଫୋରଣ ହୋଇଥିବା ରୁମରୁ ଅନ୍ୟ କୌଣସି ପ୍ରକାରର ଦହନଶୀଳ ଜିନିଷ ମିଳିନାହିଁ। ତେଣୁ ମ୍ୟୁଜିକ ସିଷ୍ଟମ ହିଁ ଏକମାତ୍ର ଜିନିଷ, ଯାହା ବିସ୍ଫୋରଣ କରିଥିଲା। ତଦନ୍ତ ପରେ ପୂରା ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Chhattisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe