Advertisment

ପାର୍କିଂକୁ ନେଇ ତୁମୁଳକାଣ୍ଡ: ଗୁଳିମାଡ଼ରେ ୨ ମୃତ, ବ୍ୟାପକ ପୋଡ଼ାଜଳା

ପାର୍କିଂ ଲଟ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଗର୍ଜିଛି ବନ୍ଧୁକ। ଗୁଳିମାଡ଼ରେ ୨ ଜଣ ପ୍ରାଣ ହରାଇଥିଲା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Bihar

Bihar

Advertisment

ବିହାରର ଜେଥୁଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ପାର୍କିଂ ଲଟ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଗର୍ଜିଛି ବନ୍ଧୁକ। ଗୁଳିମାଡ଼ରେ ୨ ଜଣ ପ୍ରାଣ ହରାଇଥିଲା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକମାନେ ଏକାଧିକ ଗାଡ଼ି ଓ ଘରେ ନିଆଁ ଲଗାଇ ଦେଇଛନ୍ତି। ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ପାଟନା ଏସଏସପି କହିଛନ୍ତି, ପୁଲିସ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଆଉ ୬ ଜଣଙ୍କୁ ଗିରଫ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ସେହିପରି ଗୁରୁତର ଆହତଙ୍କୁ ପ୍ରଥମେ ଏନଏମସିଏ ଓ ପରେ ଅଧିକ ଚିକିତ୍ସା ପାଇଁ ପିଏମସିଏଜ୍‌କୁ ସ୍ଥାନାନ୍ତର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ମୃତାହତ ହୋଇଥିବା ହୋଇଥିବା ବ୍ୟକ୍ତିଙ୍କ ପାର୍କିଂ ଲଟ୍‌ରୁ ଗୋଟିଏ ଗାଡ଼ି ବାହାରିବା ପରେ ଗୁଳିମାଡ଼ ଶବ୍ଦ ଶୁଣିବାକୁ ମିଳିଥିଲା। ଅଭିଯୁକ୍ତ ଉମେଶ ତାଙ୍କ ଗାଡ଼ିରୁ ଗୋଡ଼ି ଖାଲି କରୁଥିଲେ। ଏଥିପାଇଁ ପାର୍କିଂ ଲଟ୍‌କୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଯାଇଥିଲା। ଏଥିପାଇଁ ଉମେଶ ଓ ଆଉ ଗୋଟିଏ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁକ୍ତିତର୍କ ଏତେ ବ‍ଢ଼ି ଯାଇଥିଲା ଯେ ଘଟଣାକୁ ନେଇ ଗୁଳିମାଡ଼ ଓ ପୋଡ଼ାଜଳା ଘଟିଥିଲା।

Advertisment

ଉମେଶ ଓ ତାଙ୍କ ପରିବାରର କିଛି ସଦସ୍ୟ ପାଟିତୁଣ୍ଡ ଭିତରେ ଅପରକ୍ଷର ୫ ଜଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଚନାରିକ ରାୟ, ମୁନାରିକ ରାୟ, ରୋଶନ କୁମାର, ଗୌତମ କୁମାର ଓ ନଗେନ୍ଦ୍ର ରାୟ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ଗୌତମ ଓ ରୋଶନ କୁମାରଙ୍କ ମୃତ୍ୟୁ ଘଟିଥିଲା।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ପାର୍କିଂ ଲଟ୍‌ରେ ଥିବା ଏକଧିକ ଗାଡ଼ି ଜାଳି ଦେଇଛନ୍ତି। ସେହିପରି ଅଭିଯୁକ୍ତ ଓ ତାଙ୍କ ସପକ୍ଷରେ ଥିବା କିଛି ଲୋକଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Bihar Car Parking Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe