Advertisment

ଫେରିଲା ନିପା ଭାଇରସ: ୨ ଜଣଙ୍କ ମୃତ୍ୟୁ ପରେ ଟିମ ପଠାଇଲା କେନ୍ଦ୍ର

କେରଳ ସରକାର ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଆଲର୍ଟ ଜାରି କରିଥିଲେ। ଏଥିସହ ମୃତକଙ୍କ ନମୁନା ପରୀକ୍ଷା କରାଯାଇଥିଲା।

Nipah

Nipah

Advertisment

ପୁଣିଥରେ କେରଳକୁ ଫେରିଛି ନିପା ଭାଇରସ। କୋଝିକୋଡେ ଜିଲ୍ଲାରେ ଏହି ମାରାତ୍ମକ ଭାଇରସ ୨ ଜଣଙ୍କ ଜୀବନ ନେବା ପରେ ହଇଚଇ ସୃଷ୍ଟି ହୋଇଛି। ସ୍ଥିତି ଆଗକୁ ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ଥିବାରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ଥିତର ସମୀକ୍ଷା କରିଛନ୍ତି। ୨ ଜଣଙ୍କ ଜୀବନ ନିପା ଭାଇରସ ଯୋଗୁ ଯାଇଥିବା ଖବରକୁ ମଧ୍ୟ ନିଶ୍ଚିତ କରିଛନ୍ତି।

Advertisment

ସୋମବାର ଗୋଟିଏ ଘରୋଇ ହସ୍ପିଟାଲରୁ ୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଏହାପରେ କେରଳ ସରକାର ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଆଲର୍ଟ ଜାରି କରିଥିଲେ। ଏଥିସହ ମୃତକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଶେଷରେ ଆଜି ମାଣ୍ଡଭୀୟ ଦୁଇ ଜଣ ନିପା ଭାଇରସ ଯୋଗୁ ପ୍ରାଣ ହରାଇଥିବା କହିଛନ୍ତି।

ସେ କହିଛନ୍ତି, “ସ୍ଥିତିର ସମୀକ୍ଷା ପାଇଁ ଗୋଟିଏ କେନ୍ଦ୍ରୀୟ ଟିମ କେରଳକୁ ଯାଇଛି। ଏହି ଟିମ ନିପା ଭାଇରସକୁ ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ସହାୟତା କରିବେ।” ପ୍ରଥମ ନିପା ଜନିତ ମୃତ୍ୟୁ ଅଗଷ୍ଟ ୩୦ରେ ହୋଇଥିବା ବେଳେ ଦ୍ୱିତୀୟ ଘଟଣା ସୋମବାର ଘଟିଥିଲା।

Advertisment

ନିପା ଭାଇରସକୁ ଦେଖି କେରଳ ସରକାର କୋଝିକୋଡେରେ କଣ୍ଟ୍ରୋଲ ରୁମ ଖୋଲିଛନ୍ତି। ଲୋକମାନଙ୍କୁ ସତର୍କ ରହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଲୋକଙ୍କୁ ଆତଙ୍କିତ ନ ହେବାକୁ କହିଛନ୍ତି। ଦୁଇ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସାରିଛି ଓ ସେମାନଙ୍କର ଚିକିତ୍ସା ଚାଲିଥିଛି। ତେଣୁ କେହି ବି ଭୟଭୀତ ହେବା ଦରକାର ନାହିଁ ବୋଲି ସେ କହିଛନ୍ତି। 

Kerala Nipah Virus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe