Advertisment

ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିଦେଲେ ଡାକ୍ତର; ୨ ଚାକିରିରୁ ବିଦା, ୨ ସସ୍‌ପେଣ୍ଡ

ଠିକ୍‌ ସମୟରେ ଚିକିତ୍ସା ନ ପାଇ ଆଖି ବୁଜିଲା ରୋଗୀ। ଏପରି ଏକ ସମ୍ବେଦନହୀନ, ଅମାନବୀୟ କାଣ୍ଡ ଘଟାଇ ରୋଗୀକୁ ମରଣ ମୁହଁକୁ ଠେଲିଥିବା ୨ ଡାକ୍ତରଙ୍କୁ ଦିଲ୍ଲୀ ସରକାର ଚାକିରିରୁ ବାହାର କରିଥିବା ବେଳେ ୨ ଜଣଙ୍କୁ ସସ୍‌ପେଣ୍ଡ କରିଛନ୍ତି।

Doctor

Doctor

Advertisment

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିବେଚନା କରାଯାଏ । ଗୁରୁତର ରୋଗୀଙ୍କୁ ମରଣ ମୁହଁରୁ ଫେରାଇ ଆଣିବାର କ୍ଷମତା ତାଙ୍କ ନିକଟରେ ଥାଏ। ମାତ୍ର ଡାକ୍ତରଖାନା ମୁହଁରୁ ରୋଗୀକୁ ଫେରାଇଦେଲେ ଡାକ୍ତର । ଚିକିତ୍ସା କରିବାକୁ ମନା କରିଦେଲେ। ଶେଷରେ ଠିକ୍‌ ସମୟରେ ଚିକିତ୍ସା ନ ପାଇ ଆଖି ବୁଜିଲା ରୋଗୀ। ଏପରି ଏକ ସମ୍ବେଦନହୀନ, ଅମାନବୀୟ କାଣ୍ଡ ଘଟାଇ ରୋଗୀକୁ ମରଣ ମୁହଁକୁ ଠେଲିଥିବା ୨ ଡାକ୍ତରଙ୍କୁ ଦିଲ୍ଲୀ ସରକାର ଚାକିରିରୁ ବାହାର କରିଥିବା ବେଳେ ୨ ଜଣଙ୍କୁ ସସ୍‌ପେଣ୍ଡ କରିଛନ୍ତି।

Advertisment

ଗତ ୩ ତାରିଖରେ ପୁଲିସ୍‌ ଭ୍ୟାନ୍‌ରୁ ଡେଇଁ ଜଣେ ଯୁବକ ଗୁରୁତର ହୋଇଥିଲେ। ଗୁରୁତର ଯୁବକଙ୍କୁ ପୁଲିସ୍‌ ଟିମ୍‌ ପ୍ରଥମେ ଦିଲ୍ଲୀସ୍ଥିତ ଜିଟିବି ଓ ପରେ ଏଲ୍‌ଏନଜେପି ହସ୍ପିଟାଲକୁ ନେଇଥିଲା। ମାତ୍ର ଉଭୟ ମେଡିକାଲରେ ଡାକ୍ତର ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ମନା କରି ଦେଇଥିଲେ। ଫଳରେ ଠିକ୍‌ ସମୟରେ ଚିକିତ୍ସା ନ ପାଇ ରୋଗୀଜଣକ ଆଖି ବୁଜି ଦେଇଥିଲେ।

ଏହି ମାମଲା ସାମନାକୁ ଆସିବା ପରେ ଦିଲ୍ଲୀ ସରକାର ଆକ୍ସନ ମୁଡକୁ ଚାଲି ଆସିଥିଲେ। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ରିପୋର୍ଟ ଆସିବା ପରେ ଉଭୟ ହସ୍ପିଟାଲର ୪ ଡାକ୍ତର ଦୋଷୀ ସାବ୍ୟସ୍ତ ହୋଇଥିଲେ।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାକୁ ଗୁରୁତର ସହ ନେଇ ତୁରନ୍ତ ଉଭୟ ହସ୍ପିଟାଲର ଜଣେ ଲେଖା ଡାକ୍ତରଙ୍କୁ ଚାକିରିକୁ ବାହାର କରିଥିବା ବେଳେ ଆଉ ଜଣେ ଲେଖାଏ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି। ଏ ସଂକ୍ରାନ୍ତୀୟ ଫାଇଲ୍‌ ଅନୁମୋଦନ ନିମନ୍ତେ ସେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଏଥିସହ କୌଣସି ହସ୍ପିଟାଲ ରୋଗୀଙ୍କ ଚିକିତ୍ସା ପାଇଁ ମନା କରି ପାରିବେନି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ରୋଗୀଙ୍କୁ ଅନ୍ୟ ହସ୍ପିଟାଲ ରେଫର କଲେ ତାହାର ସୂଚନା ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ନିକଟକୁ ପଠାଇବାକୁ କୁହାଯାଇଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe