Advertisment

ଜାରି ରହିଛି ବୁଲଡୋଜର ଆକ୍ସନ: ମାଟିରେ ମିଶିଲା ୨୪ଟି ମେଡିସିନ ଦୋକାନ

୩ ଦିନ ହେଲାଣି ନୁହ୍‌ରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ବିଭିନ୍ନ ମେଡିକାଲ ଷ୍ଟୋର ଓ ଅନ୍ୟାନ୍ୟ ଦୋକାନକୁ ଭଙ୍ଗା ଯାଇଛି।

Haryana

Haryana

Advertisment

ସାଂପ୍ରଦାୟିକ ହିଂସା ଯୋଗୁ ଅଶାନ୍ତ ହୋଇପଡ଼ିଥିବା ହରିଆଣାର ନୁହ୍‌ରେ ଆଜି ମଧ୍ୟ ବୁଲଡୋଜର ଆକ୍ସନ ଜାରି ରହିଛି। ଆଜି ତୃତୀୟ ଦିନରେ ୨୪ଟି ମେଡିକାଲ ଷ୍ଟୋର ଓ ଅନ୍ୟାନ୍ୟ ଦୋକାନକୁ ପ୍ରଶାସନ ମାଟିରେ ମିଶାଇ ଦେଇଛନ୍ତି।

Advertisment

୩ ଦିନ ହେଲାଣି ନୁହ୍‌ରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ବିଭିନ୍ନ ମେଡିକାଲ ଷ୍ଟୋର ଓ ଅନ୍ୟାନ୍ୟ ଦୋକାନକୁ ଭଙ୍ଗା ଯାଇଛି। ପ୍ରଶାସନ ପକ୍ଷରୁ ନୁହ୍‌ ଠାରୁ ୨୦ କିମି ଦୂର ତାଉରୁରେ ଥିବା ଶରଣାର୍ଥୀଙ୍କ ବସ୍ତିକୁ ମଧ୍ୟ ଭଙ୍ଗା ଯାଇଥିଲା। ଗୁରୁବାର ସନ୍ଧ୍ୟାରେ ପ୍ରଶାସନ ସେଠାରେ ବୁଲଡୋଜର ଚଳାଇ ସବୁ କିଛି ସଫା କରି ଦେଇଥିଲା।

ଆଜି ସକାଳୁ ଅଧିକାରୀମାନେ ପୁଲିସ୍‌ କର୍ମଚାରୀଙ୍କ ସହ ବୁଲଡୋଜର ଧରି ପହଞ୍ଚିଥିଲେ। ଏହାପରେ ନୁହ୍‌ର ସହିଦ ହାସନ ଖାନ ମେୱାତି ସରକାରୀ ମେଡିକାଲ କଲେଜ ନିକଟରେ ଥିବା ଦୋକାନଗୁଡ଼ିକୁ ଭାଙ୍ଗିବା ଅଭିଯାନ ଆରମ୍ଭ କରିଥିଲେ। ହସ୍ପିଟାଲର ମୁଖ୍ୟ ଗେଟ୍‌ର ବିପରୀତ ରାସ୍ତାରେ ଥିବା ଅଧିକାଂଶ ମେଡିକାଲ ଷ୍ଟୋର ଓ ଅନ୍ୟାନ୍ୟ ଦୋକାନ ଉପରେ ବୁଲଡୋଜର ଚାଲିଛି।

Advertisment

କେବଳ ଏହି ସ୍ଥାନରେ ନୁହେଁ, ନୁହର ବିଭିନ୍ନ ସ୍ଥାନରେ ଏପରି ବେଆଇନ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୩ ଦିନ ମଧ୍ୟରେ ପ୍ରଶାସନ ୫୦ରୁ ୬୦ଟି ବେଆଇନ ପ୍ରତିଷ୍ଠାନକୁ ଭାଙ୍ଗି ସାରିଲାଣି। ଏଠାରେ ବ୍ୟବସାୟ କିମ୍ବା ରହୁଥିବା ଲୋକମାନେ ଗିରଫଦାରୀ ଭୟରେ ଅନ୍ୟତ୍ର ଚାଲି ଯାଇଛନ୍ତି।

ସୋମବାର ନୁହ୍‌ରେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହା ଗୁରୁଗ୍ରାମକୁ ମଧ୍ୟ ବ୍ୟାପିଥିଲା। ହିଂସା ଘଟଣାରେ ୨ ଜଣ ହୋମଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଶତାଧିକ ଲୋକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Communal Violence Communal Clashes In Haryana Haryana News Haryana Communal Clashes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe