Advertisment

ଲାଞ୍ଚ ମାଗି ଗିରଫ ହେଲେ ଦୁଇ ଇଡି ଅଧିକାରୀ

ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି। ତେବେ ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜସ୍ଥାନରେ ସକ୍ରିୟ ହୋଇ ଉଠିଛି।

2 Enforcement Directorate Officials Arrested

2 Enforcement Directorate Officials Arrested

Advertisment

ଲାଞ୍ଚ ନେଇ ବନ୍ଧା ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇ ଅଧିକାରୀ। ରାଜସ୍ଥାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଏହାପରେ ଉଭୟଙ୍କୁ ଗିରଫ କରାଯାଇଛି। ଚିଟ୍‌ଫଣ୍ଡ ମାମଲାରେ କେସ୍‌ ରୁଜୁ ନକରିବାକୁ ଜଣେ ବ୍ୟବସାୟୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି।

Advertisment

ରାଜସ୍ଥାନ ଦୁର୍ନୀତି ନିରୋଧ ବ୍ୟୁରୋ ତଥା ଏସିବି ତରଫରୁ ଦୁଇ ଇଡି ଅଧିକାରୀଙ୍କୁ ହେପାଜତକୁ ନିଆଯାଇଛି। ଏହି ଦୁଇ ଇଡି ଅଧିକାରୀ ଜଣେ ବ୍ୟବସାୟୀଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ବେଳେ ଧରା ପଡିଛନ୍ତି। ଏହା ପୂର୍ବରୁ ଏସିବି ଇଡି ଅଧିକାରୀଙ୍କର ଆୟ ଠାରୁ ଅଧିକ ସମ୍ପତ୍ତି ରହିଛି ବୋଲି ଜାଣିବାକୁ ପାଇଥିଲା। ଏହାପରେ ଏସିବି ତରଫରୁ ଇଡି ଅଧିକାରୀଙ୍କର ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି।

ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି। ତେବେ ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜସ୍ଥାନରେ ସକ୍ରିୟ ହୋଇ ଉଠିଛି। ଏକ ୧୨ ବର୍ଷ ତଳର ପୁରୁଣା ମାମଲାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ନୋଟିସ କରିଛି। ଏହାସହ ଅନ୍ୟ ଏକ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଠିକଣାରେ ମଧ୍ୟ ଇଡି ଚଢାଉ କରିଥିଲା।

Advertisment
ED Raid Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe