Advertisment

ବୋର୍ଡିଂ ପାସ୍‌ ବଦଳାଇ ଭିନ୍ନଭିନ୍ନ ଦେଶକୁ ପଳେଇଲେ ଦୁଇ ବିଦେଶୀ ନାଗରିକ

ମୁମ୍ବାଇରେ ଥିବା ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ସୋମବାର ପୂରା ଘଟଣା ଘଟିଥିଲା। ୨୨ ବର୍ଷୀୟ ଶ୍ରୀଲଙ୍କା ନାଗରିକ ଜଣଙ୍କ ଫେକ୍‌ ପାସପୋର୍ଟ ମଧ୍ୟ ବ୍ୟବହାର କରିଥିଲେ।

author-image
Hemant Lenka
Mumbai Airport

Mumbai Airport

ଏୟାରପୋର୍ଟ ଟଏଲେଟରେ ବୋର୍ଡିଂ ପାସ୍‌କୁ ଅଦଳବଦଳ କରି ଭିନ୍ନଭିନ୍ନ ଦେଶକୁ ଉଡ଼ାଣ କରିଛନ୍ତି ଦୁଇ ଜଣ ବିଦେଶୀ ନାଗରିକ। ପାସ୍‌ ଅଦଳବଦଳ କରିଥିବା ଜଣେ ଯୁବକ ଶ୍ରୀଲଙ୍କାର ହୋଇଥିବା ବେଳେ ଆଉ ଜଣେ ଜର୍ମାନୀ ନାଗରିକ। ଶ୍ରୀଲଙ୍କା ନାଗରିକ ଜଣଙ୍କ ଲଣ୍ଡନ ଓ ଜର୍ମାନୀ ନାଗରିକ ଜଣଙ୍କ କାଠମାଣ୍ତୁ ଯାଇଥିଲେ। ଏବେ ମୁମ୍ବାଇ ପୁଲିସ୍‌ ଉଭୟଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ମୁମ୍ବାଇରେ ଥିବା ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ସୋମବାର ପୂରା ଘଟଣା ଘଟିଥିଲା। ୨୨ ବର୍ଷୀୟ ଶ୍ରୀଲଙ୍କା ନାଗରିକ ଜଣଙ୍କ ଫେକ୍‌ ପାସପୋର୍ଟ ମଧ୍ୟ ବ୍ୟବହାର କରିଥିଲେ। ସେ ଲଣ୍ଡନ ଯିବାକୁ ଚାହୁଁଥିବାରୁ ଜର୍ମାନୀ ନାଗରିକଙ୍କ ସହ ନିଜର ବୋର୍ଡିଂ ପାସ୍‌ ଅଦଳବଦଳ କରି ଦେଇଥିଲେ। ଏହାପରେ ସେ ଲଣ୍ଡନ ଓ ଜର୍ମାନୀ ନାଗରିକ ଜଣଙ୍କ କାଠମାଣ୍ଡୁରେ ପହଞ୍ଚି ଯାଇଥିଲେ।

ତେବେ ବିମାନ କମ୍ପାନୀର ଜଣେ ଆଟେଡାଣ୍ଟ ଶ୍ରୀଲଙ୍କାର ଯୁବକ ଜଣଙ୍କ ପାସପୋର୍ଟରେ ଲାଗିଥିବା ଷ୍ଟାମ୍ପ ନକଲି ବୋଲି ସନ୍ଦେହ କରିଥିଲେ। ପାସପୋର୍ଟରେ ଥିବା ନମ୍ବର ଓ ବୋର୍ଡିଂ ପାସ୍‌ରେ ଥିବା ଷ୍ଟାମ୍ପ ନମ୍ବର ଭିନ୍ନ ଥିବା ମଧ୍ୟ ସେ ଜାଣିବାକୁ ପାଇଥିଲେ। କିନ୍ତୁ ଏସବୁ ଭିତରେ ସେ ଲଣ୍ଡନରେ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କୁ ଅଟକ ରଖାଯିବା ପରେ ସେ ନିଜର ପ୍ରକୃତ ପରିଚୟ ଦେଇଥିଲେ।

Advertisment

ଫଳରେ ତାଙ୍କୁ ବ୍ରିଟେନରୁ ପୁଣି ମୁମ୍ବାଇ ଅଣା ଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ନିଜର କ୍ୟାରିୟର ଗଢ଼ିବାକୁ ଶ୍ରୀଲଙ୍କାର ଯୁବକ ଜଣଙ୍କ ଲଣ୍ଡନ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ଜର୍ମାନୀ ନାଗରିକଙ୍କ ସହ ବୋର୍ଡିଂ ପାସ୍‌ ଅଦଳବଦଳ କରିଦେଇଥିଲେ। ଏହି ଯୁବକଙ୍କୁ ଧରିବା ପରେ ପୁଲିସ୍‌ କାଠମାଣ୍ଡୁରେ ଥିବା ଜର୍ମାନୀ ନାଗରିକଙ୍କୁ ମଧ୍ୟ ଧରିବାକୁ ସକ୍ଷମ ହୋଇଛି।

ଏହି ଦୁଇ ବିଦେଶୀ ନାଗରିକ ମୁମ୍ବାଇ ଏୟାରପୋର୍ଟ ନିକଟରେ ଥିବା ଗୋଟିଏ ବଡ଼ ହୋଟେଲରେ ରହିଥିଲେ। ଏହି ସମୟରେ ହିଁ ସେମାନେ ବୋର୍ଡିଂ ପାସ୍‌ ଅଦଳବଦଳ କରିବାକୁ ଯୋଜନା କରିଥିଲେ। ଏବେ ସେମାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଭଳି ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଛି।

Mumbai Sri Lanka Germany