Advertisment

Terror Alert: ରାଜଧାନୀଙ୍କୁ ଆତଙ୍କୀ ହମଲା ଆଲର୍ଟ: ପଞ୍ଜାବ ଓ କଶ୍ମୀରରୁ ମିଳିଲା ଆଇଇଡି

ପଞ୍ଜାବର ଅମୃତସର ଅନ୍ତର୍ଗତ ରାୟା ପୁଲିସ୍‌ ପୋଷ୍ଟ ନିକଟରୁ ଗୋଟିଏ ସନ୍ଦିଗ୍ଧ ବ୍ୟାଗ ମଧ୍ୟରୁ ଆଇଇଡି ଠାବ ହୋଇଛି। ଆଇଇଡି ଠାବ ହେବା କ୍ଷଣୀ ବୋମା ନିଷ୍କ୍ରିୟକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଏହାକୁ ଡିଫ୍ୟୁଜ କରିଥିଲେ।

author-image
Hemant Lenka
Terror-attack

ଆଇଇଡି

ଦେଶର ରାଜଧାନୀ ଦିଲ୍ଲୀରେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର ହମଲା(Terror Attack) କରିବାର ଆଶଙ୍କା ଭିତରେ ପଞ୍ଜାବ ଓ କଶ୍ମୀରରୁ ମିଳିଛି ଦୁଇଟି ଆଇଇଡି। ଯଦିଓ ଆଇଇଡି ଠାବ ହେବା ଘଟଣାକୁ ଅଧିକାରୀମାନେ ଆତଙ୍କୀ ଷଡ଼ଯନ୍ତ୍ର ସହ ଯୋଡ଼ି ନାହାନ୍ତି, କିନ୍ତୁ ଦିଲ୍ଲୀରେ ଆଲର୍ଟ ଜାରି ହେବା ପରେ ଏପରି ଘଟଣା ଘଟିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। 

Advertisment

ପଞ୍ଜାବର ଅମୃତସର ଅନ୍ତର୍ଗତ ରାୟା ପୁଲିସ୍‌ ପୋଷ୍ଟ ନିକଟରୁ ଗୋଟିଏ ସନ୍ଦିଗ୍ଧ ବ୍ୟାଗ ମଧ୍ୟରୁ ଆଇଇଡି ଠାବ ହୋଇଛି। ଆଇଇଡି ଠାବ ହେବା କ୍ଷଣୀ ବୋମା ନିଷ୍କ୍ରିୟକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଏହାକୁ ଡିଫ୍ୟୁଜ କରିଥିଲେ।

ଏସଏସପି ସୋହେଲ କ୍ୱାସିମ ମୀର କହିଛନ୍ତି ଯେ “ପୁଲିସ ଚୌକ ନିକଟରେ ପ୍ରଥମେ ଗୋଟିଏ ବ୍ୟାଗ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଥିଲା। ଏହା ଭିତରେ ଆଇଇଡି ଥିବା ଜଣାପଡ଼ିବା ପରେ ବୋମା ନିଷ୍କ୍ରିୟକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ପ୍ରୋଟକଲ ଅନୁସାରେ ଏହାକୁ ନଷ୍ଟ କରାଯାଇଛି।”

Advertisment

କିଛି ସମୟ ପରେ କଶ୍ମୀରର ଗାନ୍ଦେବଲ ଜିଲ୍ଲା ସାଫାପୋରାରୁ ମଧ୍ୟ ଗୋଟିଏ ଆଇଇଡି ମିଳିଛି। ଭାରତୀୟ ସେନାର ବୋମା ଚିହ୍ନଟକାରୀ ସ୍କ୍ୱାଡ(ବିଡିଏସ୍‌) ଓ ଜମ୍ମୁ-କଶ୍ମୀରର ପୁଲିସ୍‌ର ଆଇଇଡି ଚିହ୍ନଟକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାର ଡିଫ୍ୟୁଜ କରିଛନ୍ତି। ଏହାପୂର୍ବରୁ ଗତ ସପ୍ତାହର ଗୁରୁବାର ଦିନ ଉତ୍ତର କଶ୍ମୀରରୁ ମଧ୍ୟ ଗୋଟିଏ ଆଇଇଡି ଠାବ ହୋଇଥିଲା। 

ଏବେ ପୁଣି ପଞ୍ଜାବ ଓ କଶ୍ମୀରରୁ ଆଇଇଡି ଠାବ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଆହୁରି ସଶକ୍ତ କରାଯାଇଛି। 
ଦିଲ୍ଲୀର ଲାଲ କିଲ୍ଲା ଓ କିଛି ପ୍ରମୁଖ ଧାର୍ମିକ ସ୍ଥଳୀରେ ବିସ୍ଫୋରଣ କରିବାକୁ ଲସ୍କର-ଇ-ତାଏବା ଯୋଜନା କରୁଥିବା ଜଣାପଡ଼ିଥିଲା।

ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ରିପୋର୍ଟ ଦିଆଯିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଦେଶର ଆଉ କିଛି ସ୍ଥାନରେ ଥିବା ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ମଧ୍ୟ ଲସ୍କର-ଇ-ତାଏବା ବିସ୍ଫୋରଣ କରିବାର ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ରହିଛି। 

ଫେବ୍ରୁଆରୀ ୬ ତାରିଖରେ ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ ମସଜିଦରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଲସ୍କର-ଇ-ତାଏବା ଭାରତର ବିଭିନ୍ନ ସ୍ଥାନରେ ଆଇଇଡି ଜରିଆରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଛି।

ଇସଲାମାବାଦରେ ଘଟିଥିବା ସେହି ଆତ୍ମଘାତୀ ବିସ୍ଫୋରଣରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଏହି ଘଟଣା ପଛରେ ଭାରତର କିଛି ହାତ ନଥିଲା। ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ବହୁ ପୂର୍ବରୁ ନିଜକୁ ଦାୟୀ କରିସାରିଛି। 

Terror Attack