Advertisment

ଜାଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ; ଜଣେ ନାବାଳକଙ୍କ ସମେତ ୨ ମୃତ

ତାମିଲନାଡୁର ଶିବଗଙ୍ଗା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
File Photo

File Photo

Advertisment

ପୁଣି ଜାଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ। ଶଣ୍ଢକୁ ଅଟକାଇବା ସମୟରେ ଜଣେ ନାବାଳକ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ତାମିଲନାଡୁର ଶିବଗଙ୍ଗା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।  

Advertisment

ମୃତ ନାବାଳକ ଜଣକ ପ୍ରତିଯୋଗୀ ଥିବାବେଳେ ଅନ୍ୟ ଜଣେ ଦର୍ଶକ ଥିଲେ। ନାବଳକ ଜଣକ ଶଣ୍ଢକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଏହି ଅଘଟଣ ଘଟିଛି। ହଠାତ୍ ଶଣ୍ଢ ତାଙ୍କୁ ଆକ୍ରମଣ କରିବା ସହ ଦର୍ଶକଙ୍କ ଉପରେ ଚଢି ଯାଇଥିଲା। ଫଳରେ ପ୍ରତିଯୋଗୀଙ୍କ ସମେତ ଦର୍ଶକଙ୍କ ମୃତ୍ୟୁ ଘଟିଛି।

ଜାଲିକାଟ୍ଟୁ ତାମିଲନାଡୁର ଏକ ପାରମ୍ପରିକ ପ୍ରତିଯୋଗିତା। ପଙ୍ଗଲ ମହୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତର୍କ ବିତର୍କ ହେଉଛି। ତଥାପି ଆଜି ଯାଏଁ ଏ ଉପରେ ରୋକ୍ ଲଗାଯାଇ ପାରୁନାହିଁ। 

Advertisment

2006ରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଥମ କରି ଜାଲିକାଟ୍ଟୁ ନିଷିଦ୍ଧ ହୋଇଥିଲା। କିନ୍ତୁ ଏହାକୁ କଡା ବିରୋଧ କରାଯିବା ପରେ ତାମିଲନାଡୁ ସରକାର 2017ରେ ଏହି ପ୍ରତିବନ୍ଧକକୁ ସାମୟିକ ଭାବେ ହଟାଇଥିଲେ। ସରକାରଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଥିଲେ।

କାରଣ ନ୍ୟାୟାଳୟରେ ସରକାର ଯୁକ୍ତି ରଖିଥିଲେ ଯେ, ଜାଲିକାଟ୍ଟୁ ଏକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ନୁହେଁ, ଏହା ରାଜ୍ୟର ସାଂସ୍କୃତିକ ଐତିହ୍ୟର ଏକ ଅଂଶ ବୋଲି ଦର୍ଶାଇଥିଲେ। ଜଷ୍ଟିସ କେ.ଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ସରକାରଙ୍କ ପକ୍ଷକୁ ଶୁଣିବା ପରେ ଜାଲିକାଟ୍ଟୁ ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ ବୋଲି କହିଥିଲେ।

ଖଣ୍ଡପୀଠ କହିଥିଲେ ଯେ, ଯେତେବେଳେ ଏକ ରାଜ୍ୟର ବିଧାନସଭା ଜାଲିକାଟ୍ଟୁକୁ ସମର୍ଥନ କରୁଛନ୍ତି ଏବଂ ଏହାକୁ ସାଂସ୍କୃତିକ ବୋଲି ଦର୍ଶାଉଛନ୍ତି, ସେପରି କ୍ଷେତ୍ରରେ ନ୍ୟାୟପାଳିକା ଭିନ୍ନ ଦୃଷ୍ଟିରେ ନେଇପାରିବ ନାହିଁ। 

Jallikattu Bull Taming Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe