Advertisment

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବିମାନକୁ ବୋମା ଧମକ

ମୁମ୍ବାଇରୁ ସାଉଦି ଆରବ ଏବଂ ମସ୍କଟ ଯିବାକୁ ଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି।

IndiGo

IndiGo

Advertisment

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋର ଦୁଇଟି ବିମାନକୁ ବୋମା ଧମକ। ମୁମ୍ବାଇରୁ ସାଉଦି ଆରବର ଜେଧା ଏବଂ ମସ୍କଟ ଯିବାକୁ ଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଏନେଇ ଇଣ୍ଡିଗୋ ବିମାନ ମୁଖପାତ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମୁଖପାତ୍ରଙ୍କ କହିବା ଅନୁସାରେ,  6E 1275 ବିମାନ ମୁମ୍ବାଇରୁ ମସ୍କଟ ଅଭିମୁଖେ ଯିବାର ଥିଲା, ସେହିପରି 6E 56 ବିମାନ ସାଉଦି ଆରବର ଜେଧା ଯାଇଥାନ୍ତା। କିନ୍ତୁ ଦୁଇ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ସୁରକ୍ଷା ଦୃଷ୍ଟିରେ ତୁରନ୍ତ ବିମାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏହା ପୂର୍ବରୁ ଆଜି ମଧ୍ୟ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିଲା। ବିମାନଟି 239 ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ହଠାତ୍ ବୋମା ଧମକ ମିଳିଥିଲା। କେହି ଦୁର୍ବୃତ୍ତ ଟ୍ୱିଟ୍ ଯୋଗେ ଏହି ଧମକ ଦେଇଥିଲେ।ଫଳରେ ଦିଲ୍ଲୀରେ ବିମାନର ଜରୁରୀ ଅବତରଣ କରାଯାଇଥିଲା।

Advertisment

ଅବତରଣ ପରେ ବୋମା ଏବଂ ଡଗ୍ ସ୍କ୍ୱାର୍ଡ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ମାତ୍ର କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା। 

ଦଶ ଦିନ ପୂର୍ବରୁ ଅକ୍ଟୋବର 5ରେ ମଧ୍ୟ ସମାନ ଘଟଣା ଘଟିଥିଲା। ଗୁଜରାଟର ଭଦୋଦରା ଏବଂ ରାଜକୋଟ ବିମାନବନ୍ଦରରେ ବୋମା ଧମକ ମିଳିଥିଲା। ଇମେଲ ଯୋଗେ ଏହି ଧମକ ମଇଳିଥିଲା।

Bomb Threat Indigo IndiGo Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe