Advertisment

ପ୍ରେସର କୁକର ବିସ୍ଫୋରଣ, ଆତଙ୍କୀ ହମଲା ଆଶଙ୍କା

ବେଙ୍ଗାଲୁରୁର ଜେପି ନଗର ସ୍ଥିତ ଉଡ଼ୁପୀ ଉପହାର ନାମକ ଗୋଟିଏ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣ ହୋଇଛି।

author-image
Hemant Lenka
blast

blast

ବେଙ୍ଗାଲୁରୁରେ ହୋଇଛି ପ୍ରେସର କୁକର ବିସ୍ଫୋରଣ। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ କିଛି ଜିନିଷ ନଷ୍ଟ ହୋଇଛି। ପୁଲିସ୍‌ ସମ୍ଭାବ୍ୟ ଆତଙ୍କୀ ହମଲା ଆଶଙ୍କାକୁ ଏଡ଼ାଇଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଘଟଣା ସ୍ଥଳରେ ପହଞ୍ଚିଛି। ପ୍ରେସର କୁକର ବିସ୍ଫୋରଣ ପଛରେ କୌଣସି ଆତଙ୍କୀ ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’କୁ ନିଶ୍ଚିତ କରିବା ପାଇଁ ଏନଆଇଏ ଘଟଣା ସ୍ଥଳକୁ ଯାଇଥିବା ଜଣାପଡ଼ିଛି।

Advertisment

ପୁଲିସ୍‌ କହିଛି ଯେ ବେଙ୍ଗାଲୁରୁର ଜେପି ନଗର ସ୍ଥିତ ଉଡ଼ୁପୀ ଉପହାର ନାମକ ଗୋଟିଏ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ସମୀର ଓ ମୋହଶିନ ନାମକ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଉଭୟଙ୍କ ଘର ଉତ୍ତର ପ୍ରଦେଶରେ। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଘର ଭିତରେ ଥିବା ସବୁ ଜିନିଷପତ୍ର ବାହାରେ ଛିଟିକି ହୋଇ ପଡ଼ିଥିଲା। ଏହାର ଫଟୋ ବି ସାମ୍ନାକୁ ଆସିଛି।

Advertisment

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ ଭଲ ଭାବେ ଯାଞ୍ଚ କରି ଜାଣିବାକୁ ପାଇଛୁ ଯେ କୌଣସି ବିସ୍ଫୋରକ ଜିନିଷ ବ୍ୟବହାର ହୋଇନାହିଁ। ଏହା ଏକ ସାଧାରଣ ପ୍ରେସର କୁକର ବିସ୍ଫୋରଣ। ଆହତ ଦୁଇ ଯୁବକ ହେଉଛନ୍ତି ବାରିକ। ଆମେ ସବୁ ଜିନିଷର ତଦନ୍ତ କରିଛୁ। ଏନଆଇଏ ଅଧିକାରୀମାନେ କେବଳ କ୍ରସ ଚେକ କରିବାକୁ ଏଠାକୁ ଆସିଛନ୍ତି।”

ଆଜି ଏନଆଇଏ ଟିମ ବେଙ୍ଗାଲୁରୁରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ପୁଲିସ୍‌ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ବିସ୍ଫୋରଣର କାରଣ ଖୋଜିବା ଆରମ୍ଭ କରିଛି।

Karnataka Bomb Blast