କମ୍ବିଂ ବେଳେ ହେଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ ଯବାନ ଶହୀଦ, ୪ ଗୁରୁତର

ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ । ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ୨ ଯବାନ ସହିଦ ହୋଇଛନ୍ତି ।

Representational Image

  • Published: Thursday, 18 July 2024
  • , Updated: 18 July 2024, 08:23 AM IST

ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ । ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ୨ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣରେ ୪ ଯବାନ ଗୁରୁତର ହୋଇଛନ୍ତି।

ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। CRPF ଓ DRG ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲୁଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଫଳରେ ଘଟଣାସ୍ଥଳରେ ୨ ଯବାନ ଶହୀଦ ହୋଇଛନ୍ତି । ସେମାନେ ହେଲେ ଏସଟିଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ।

ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି ।

ଗତ ୩,୪ ମାସ ହେଲା ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଅଧିକାଂଶ ସମୟରେ ନକ୍ସଲ ଓ ଯବାନ ମୁହାଁମୁହିଁ ହେଉଥିବା ବେଳେ ଏଥର କିନ୍ତୁ ନକ୍ସଲମାନେ ଏପରି ନାରକୀୟ କାଣ୍ଡ ଘଟାଇବାରେ ସଫଳ ହୋଇଛନ୍ତି। ଏହାପରେ ସମଗ୍ର ଅଞ୍ଚଳରେ କମ୍ବିଂକୁ ଜୋରଦାର କରାଯାଇଛି। 

ଗତକାଲି ମହାରାଷ୍ଟ୍ର ଗଡ଼ଚିରୋଲିରେ ବଡ଼ ଧରଣର ମାଓ ଏନକାଉଣ୍ଟର ହୋଇଥିଲା । ଗଡ଼ଚିରୋଲି ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

Related story