Advertisment

ଆସାମ ରାଇଫଲ୍ସ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଗୁଳିମାଡ଼; ୨ ସହିଦ, ୪ ଆହତ

ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି। ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

author-image
Jitendra Garnayak
Assam Rifles

Assam Rifles

ମଣିପୁରର ରାଜଧାନୀ ଇମ୍ଫାଲ ନିକଟରେ ଆଜି ସନ୍ଧ୍ୟାରେ ଆସାମ ରାଇଫଲ୍‌ସର ଏକ ଟ୍ରକ୍ ଉପରକୁ କିଛି ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିବାରୁ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଇମ୍ଫାଲ ବିମାନବନ୍ଦରଠାରୁ ୮ କିଲୋମିଟର ଦୂରରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳଟି ଇମ୍ଫାଲ ଓ ଚୁରାଚାନ୍ଦପୁର ମଝିରେ। ଆସାମ ରାଇଫଲ୍ସର ୩୩ ଜଣ ଯବାନ ଟ୍ରକ୍ ଯୋଗେ ଇମ୍ଫାଲରୁ ବିଷ୍ଣୁପୁର ଅଭିମୁଖେ ଯାଉଥିବା ବେଳେ କିଛି ବନ୍ଧୁକଧାରୀ ଅତର୍କିତ ଗୁଳିମାଡ଼ କରିଥିଲେ। ୬ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତରେ ଆସିଥିବା ବେଳେ ଏହି ରାସ୍ତାରେ ଯାଇଥିବା ସୂଚନା ମିଳିଛି। 

ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି। ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ରାଜ୍ୟପାଳ କହିଛନ୍ତି ଯେ ଏଭଳି ହିଂସାକୁ କୌଣସି ପରିସ୍ଥିତିରେ ଆଦୌ ସହ୍ୟ କରାଯିବ ନାହିଁ।

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ୬ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତରେ ଯାଇ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ଦୁଇଟି ସାଧାରଣ ସଭାରେ ଯୋଗ ଦେଇ ଶାନ୍ତିର ପଥରେ ଚାଲିବାକୁ ମଣିପୁରବାସୀଙ୍କୁ ଆହ୍ୱାନ ଦେଇଥିଲେ।