Advertisment

ନିର୍ମାଣାଧୀନ କୋଠା ଛାତ ଭୁଶୁଡ଼ି ଦୁଇ ଶ୍ରମିକ ମୃତ, ୧୭ ଆହତ

ମାର୍କେଟ ମାଲିକ ଏବଂ କଣ୍ଟ୍ରାକ୍ଟରଙ୍କୁ ଗିରଫ କରିଛି ପୁଲିସ...

author-image
Debibandita Barick
ଅଦ୍ୟତନ ହୋଇଛି
Incident Spot

Incident Spot

ନିର୍ମାଣାଧୀନ କୋଠା ଛାତ ଭୁଶୁଡ଼ି ଦୁଇ ଶ୍ରମିକ ମୃତ। ଏଥିସହ ୧୭ ଜଣ ଆହତ ହୋଇଥିବା ସୂଚନା। ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି ଏହି ଅଘଟଣ। 

Advertisment

ସୂଚନା ଅନୁସାରେ, ମୁଜାଫରନଗରରେ ଏକ ମାର୍କେଟରେ କୋଠା ନିର୍ମାଣ ଚାଲିଥିଲା। ରବିବାର ଶ୍ରମିକମାନେ କାମ କରୁଥିବା ସମୟରେ କୋଠା ଛାତ ଭୁଶୁଡ଼ି ପଡିଥିଲା। ଫଳରେ ୧୯ ଜଣ ଶ୍ରମିକ ଆବର୍ଜନା ତଳେ ଚାପି ହୋଇ ଯାଇଥିଲେ।

ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ଏବଂ ପୁଲିସ ପହଞ୍ଚି  ବିଲ୍ଡିଂର ଆବର୍ଜନା ତଳେ ପୋତି ହୋଇ ଯାଇଥିବା ୧୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଘଟଣାରେ ମାର୍କେଟ ମାଲିକ ଏବଂ କଣ୍ଟ୍ରାକ୍ଟରଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Accident Building Collapse UP Building Collapse