Advertisment

ପୁଣି ମଣିପୁରରେ ହିଂସା: ଗୁଳି ମାଡ଼ରେ ୨ ମୃତ, ବିଜେପି ନେତାଙ୍କ ସମେତ ୫ ଆହତ

ମଣିପୁର ବିଜେପି ଯୁବ ମୋର୍ଚ୍ଚାର ଜଣେ ବରିଷ୍ଠ ସଦସ୍ୟଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Manipur

Manipur

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଣିପୁରରେ ଥମିବାର ନାଁ ନେଉନାହିଁ। ଏହିକ୍ରମରେ ଆଜି ପୁଣିଥରେ ମଣିପୁରରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ ଗୁଳିମାଡ଼ ଯୋଗୁ ୨ ଜଣଙ୍କ ଜୀବନ ଯାଇଛି।

Advertisment

ସେହିପରି ମଣିପୁର ବିଜେପି ଯୁବ ମୋର୍ଚ୍ଚାର ଜଣେ ବରିଷ୍ଠ ସଦସ୍ୟଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲେ ହେଁ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଇମ୍ଫାଲ ୱେଷ୍ଟ ଜିଲ୍ଲାର କୌଟ୍ରୁକ ଗାଁରେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣେ ବ୍ୟକ୍ତି ଏଯାଏ ନିଖୋଜ ରହିଛନ୍ତି।

Advertisment

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପୂର୍ବତ ସଭାପତି ମନୋହାରମାୟୁମ ବାରିଶ ଶର୍ମା ଗୁଳି ମାଡ଼ରେ ଆହତ ହୋଇଛନ୍ତି। ତାଙ୍କ ସହ ଆଉ ୪ ଜଣଙ୍କ ଦେହରେ ମଧ୍ୟ ଗୁଳିମାଡ଼ ହୋଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଇମ୍ଫାଲ ୱେଷ୍ଟ ଓ କାଙ୍ଗପୋକପି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପ୍ରଥମେ ଦୁଇ ସଂପ୍ରଦାୟର ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସ୍ଥିତି ବିଗିଡ଼ିବା ସହ ଦୁଇ ଗୋଷ୍ଠୀ ପରସ୍ପର ଉପରେ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ ଓ ସଂଘର୍ଷ ଯୋଗୁ କାଡାଙ୍ଗବନ୍ଦଳ କୌଟ୍ରୁକ ଓ କାଙ୍ଗୁଚୁପ ଗାଁର ଶତାଧିକ ଲୋକ ନିଜର ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି।

Manipur Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe