Advertisment

Monthly Salary: ସିନିୟର ଝାଡ଼ୁଦାରଙ୍କୁ ୨ ଲକ୍ଷ ଓ ଇଞ୍ଜିନିୟର୍ସଙ୍କୁ ୭ ଲକ୍ଷ: ବଢ଼ିବାରେ ଲାଗିଛି ମାସିକ ଦରମା

ବିଜୁଳି କମ୍ପାନୀରେ ଶୀର୍ଷ ସରକାରୀ ଇଞ୍ଜିନରୟର୍ସମାନଙ୍କୁ ପ୍ରତି ମାସରେ ୭ ଲକ୍ଷ ଟଙ୍କା ଯାଏ ଦରମା ମିଳୁଥିବା ବେଳେ ଗ୍ରେଟର ହାଇଦ୍ରାବାଦ ନଗର ନିଗମର ବରିଷ୍ଠ ସଫେଇ କର୍ମଚାରୀଙ୍କୁ ଲମ୍ବା ସମୟ ଧରି ସେବା ଓ ଦରମା ବୃଦ୍ଧି ବ୍ୟତୀତ ୨ ଲକ୍ଷ ଟଙ୍କା ଯାଏ ଆୟ କରିବାର ବ୍ୟବସ୍ଥା ଥିବା ଜଣାପଡ଼ିଛି।

author-image
Hemant Lenka
Telangana

ଝାଡ଼ୁଦାର

ତେଲଙ୍ଗାନା(Telangana)ର ଦରମା ଓ ପେନସନ ଚାପ ଗୋଟିଏ ଦଶନ୍ଧି ମଧ୍ୟରେ ଘାଇଁ ଘାଇଁ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଏବେ ମାସିକ ଦରମା ଓ ପେନସନ ପାଇଁ ପ୍ରାୟ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ୨୦୧୪ରେ ତେଲଙ୍ଗାନା ଗଠନ ହେବା ସମୟରେ ଥିବା ଟଙ୍କା ଠାରୁ ପ୍ରାୟ ୪ ଗୁଣ ଅଧିକ।

Advertisment

ବିଜୁଳି କମ୍ପାନୀରେ ଶୀର୍ଷ ସରକାରୀ ଇଞ୍ଜିନରୟର୍ସମାନଙ୍କୁ ପ୍ରତି ମାସରେ ୭ ଲକ୍ଷ ଟଙ୍କା ଯାଏ ଦରମା ମିଳୁଥିବା ବେଳେ ଗ୍ରେଟର ହାଇଦ୍ରାବାଦ ନଗର ନିଗମର ବରିଷ୍ଠ ସଫେଇ କର୍ମଚାରୀଙ୍କୁ ଲମ୍ବା ସମୟ ଧରି ସେବା ଓ ଦରମା ବୃଦ୍ଧି ବ୍ୟତୀତ ୨ ଲକ୍ଷ ଟଙ୍କା ଯାଏ ଆୟ କରିବାର ବ୍ୟବସ୍ଥା ଥିବା ଜଣାପଡ଼ିଛି। 

ଅଧିକାରୀଙ୍କ କହିବା କଥା ଯେ ଏପରି ସ୍ଥିତି ଉଚ୍ଚ ଦରମା ସ୍ଥିତ ମୁଖ୍ୟତଃ ନିୟମିତ ଦରମା ବୃଦ୍ଧି କାରଣରୁ ସୃଷ୍ଟି ହୋଇଛି। ନିର୍ବାଚନ ସମୟରେ ହିଁ କର୍ମଚାରୀଙ୍କ ଦରମାକୁ ବୃଦ୍ଧି କରାଯାଏ। ତେଣୁ ନିଶ୍ଚିତ ବ୍ୟୟରେ ବୃଦ୍ଧି ଘଟିଛି। 

Advertisment

ତେଲଙ୍ଗାନା ରାଜ୍ୟ ବିଜୁଳି ଉତ୍ପାଦନ କର୍ପୋରେସନ ଲିଃ, ତେଲଙ୍ଗାନା ରାଜ୍ୟ ଟ୍ରାନ୍ସମିଶନ କର୍ପୋରେସନ ଲିଃ ଓ ତେଲଙ୍ଗାନା ଦକ୍ଷିଣପୂର୍ବ ବିଜୁଳୁ ବିତରଣ କମ୍ପାନୀ ଲିଃ ଓ ତେଲଙ୍ଗାନା ଉତ୍ତରପୂର୍ବ ବିଜୁଳି ବିତରଣ କମ୍ପାନୀ ଲିଃର ମୁଖ୍ୟ ଇଞ୍ଜିନିୟରମାନେ ତେଲଙ୍ଗାନରେ ଅଧିକ ଦରମା ପାଉଥିବା ଅଧିକାରୀ। ୪ ବର୍ଷୀୟା ଦରମା ରିଭିଜନ ଯୋଗୁ ବରିଷ୍ଠ ଅଧିକାରୀଙ୍କ ଦରମା ମାସିକ ୭ ଲକ୍ଷ ଟଙ୍କାରେ ପହଞ୍ଚିଛି। 

ହାଇଦ୍ରାବାଦ ସହର କଥା ବୁଝୁଥିବା ଜିଏଚଏମସିର ନିୟମିତ ସଫେଇ କର୍ମଚାରୀଙ୍କ ମାସିକ ଦରମା ହାରାହାରି ୭୦ ହଜାର ଟଙ୍କା। ସେହିପରି ନୂଆ ନୂଆ ପୌର କର୍ମଚାରୀଙ୍କ ମାସିକ ୨୮ ହଜାର ରହିଥିବା ବେଳେ କ୍ଲାସ ୪ର ବରିଷ୍ଠ କର୍ମଚାରୀମାନେ ମାସିକ ୨ ଲକ୍ଷ ଟଙ୍କା ଯାଏ ଦରମା ପାଇପାରିବେ। 

ଦରମା ଷ୍ଟ୍ରକଚର 

ମହଙ୍ଗା ଭତ୍ତା- ମୂଳ ଦରମାର ୩୩.୬୭%(ଶେଷ ଥର ୨୦୨୬ ଜାନୁଆରୀରେ ହୋଇଛି)

ଗ୍ରୁପ ୧(ବରିଷ୍ଠ ଅଧିକାରୀ)- ମୂଳ ଦରମା ୫୪ ହଜାରରୁ ୧,୩୩ ,୦୦୦- ପାରମ୍ପରିକ ଗ୍ରସ ଦରମା ୮୦ ହଜାରୁ ୧.୫ ଲକ୍ଷରୁ ଅଧିକ

ଗ୍ରୁପ ୨(ମଧ୍ୟମ ଅଧିକାରୀ)- ମୂଳ ଦରମା ୩୮,୮୯୦ରୁ ୧,୧୮,୨୩୦- ଗ୍ରସ ୬୦ ହଜାରରୁ ୧.୨ ଲକ୍ଷରୁ ଅଧିକ 

ଗ୍ରୁପ ୩( କ୍ଲରିକାଲ/ଟେକ୍ନିକାଲ)- ମୂଳ ଦରମାର ୩୨,୮୧୦ରୁ ୯୬,୮୯୦- ଗ୍ରସ ୪୫ ହଜାରରୁ ୧ ଲକ୍ଷରୁ ଅଧିକ 

ଗ୍ରୁପ ୪(ସହଯୋଗୀ କର୍ମଚାରୀ)- ମୂଳ ଦରମା ୨୪,୨୮୦ରୁ ୭୨,୮୫୦ ଟଙ୍କା- ଗ୍ରସ୩୫ ହଜାରରୁ ୫୦ ହଜାର

ତେଲଙ୍ଗାନା ବଜେଟ ୨୦୨୫-୨୫ରେ ରାଜ୍ୟର ରାଜସ୍ୱ ୨.୩୦ ଲକ୍ଷ କୋଟି ଆକଳନ କରାଯାଇଥିବା ବେଳେ ବ୍ୟୟ ୨.୨୭ ଲକ୍ଷ କୋଟି ରହିଛି। ବଳକା ରାଜସ୍ୱ ମାତ୍ର ୨୭୩୮ କୋଟି ରହିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। 

Telangana