Advertisment

ଗ୍ରେନେଡ ଓ ଏକେ ୫୬ ରାଇଫଲ ସହ ଧରା ପଡ଼ିଲେ ୨ ଲସ୍କର ଆତଙ୍କୀ

ସେମାନଙ୍କ ନିକଟରୁ ୨ଟି ଏକେ-୫୬ ରାଇଫଲ, ୪ଟି ମ୍ୟାଗାଜିନ, ୨ଟି ହ୍ୟାଣ୍ଡ ଗ୍ରେନେଡ ଓ ଅନ୍ୟାନ୍ୟ ଗୁଳିଗୋଳା ଜବତ ହୋଇଛି।

LET

LET

Advertisment

ଜମ୍ମୁ-କଶ୍ମୀରର ଶୋପିଆନରେ ସ୍ଥଳ ସେନା, ପୁଲିସ୍‌ ଓ ସିଆରପିଏଫ ପକ୍ଷରୁ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେସନକୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ ବେଳେ ଧରା ପଡ଼ିଛନ୍ତି ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ୨ ଜଣ ସଦସ୍ୟ। ସେମାନଙ୍କ ନିକଟରୁ ୨ଟି ଏକେ-୫୬ ରାଇଫଲ, ୪ଟି ମ୍ୟାଗାଜିନ, ୨ଟି ହ୍ୟାଣ୍ଡ ଗ୍ରେନେଡ ଓ ଅନ୍ୟାନ୍ୟ ଗୁଳିଗୋଳା ଜବତ ହୋଇଛି। ଉପତ୍ୟକାରେ ବଡ଼ଧରଣର ଆକ୍ରମଣ କରିବାକୁ ସେମାନେ ଯୋଜନା କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି।

Advertisment

ଅସ୍ତ୍ରଶସ୍ତ୍ର ସହ ଦୁଇ ଲସ୍କର ଆତଙ୍କବାଦୀଙ୍କ ଠାରୁ ନଗଦ ୫,୪୦୦ ଟଙ୍କା ଓ ଗୋଟିଏ ଆଧାର କାର୍ଡ ମଧ୍ୟ ଜବତ ହୋଇଛି। ଶୋପିଆନର ବାସ୍କୁଚାନ ଇମାମସାହିବରେ ଆର୍ମିର ୪୪ ରାଷ୍ଟ୍ରୀୟ ରାଫଲ , ପୁଲିସ ଓ ସିଆରପିଏଫର ୧୭୮ ବାଟାଲାୟନ ପକ୍ଷରୁ ଅପରେସନ ଚାଲିଥିବା ବେଳେ ଏଭଳି ସଫଲତା ମିଳିଛି।

ସେନା ପକ୍ଷରୁ କୁହାଯାଇଛି ଯେ ଗିରଫ ଦୁଇ ଆତଙ୍କବାଦୀ ହେଲେ ଇରଫାନ ବଶିର ଓ ଉଜୈର ସଲାମ। ବାସ୍କୁଚାନରେ କିଛି ଆତଙ୍କବାଦୀ ରହିଥିବା ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ନିକଟସ୍ଥ ଗୋଟିଏ ଫୁଲବାଟିକାରେ କିଛି ଆତଙ୍କବାଦୀଙ୍କ ଗତିବିଧିକୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଘେରାବନ୍ଦୀ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ୨ ଆତଙ୍କବାଦୀ ଡରି ଯାଇଥିଲେ। ସମ୍ଭାବ୍ୟ ଏନକାଉଣ୍ଟର ଭୟରେ ସେମାନେ ଆତ୍ମସମର୍ପଣ କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି।

Advertisment

ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଉପତ୍ୟକାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି। ଇତି ମଧ୍ୟରେ ପ୍ରାୟ ୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନେକ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି।

Pakistan Jammu Kashmir Lashkar-e-Taiba
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe