Advertisment

ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏହା ଚତୁର୍ଥ ଆତଙ୍କୀ ଆକ୍ରମଣ।

Terrorist Attack In Jammu and Kashmir

Terrorist Attack In Jammu and Kashmir

Advertisment

ଦୀପାବଳି ପରେ ପରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି। ଶେଷ ଖବର ଅନୁଯାୟୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ।

Advertisment

ଗତ ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏହା ଚତୁର୍ଥ ଆତଙ୍କୀ ଆକ୍ରମଣ। ଅକ୍ଟୋବର ୨୦ରେ ଗନ୍ଦେରବାଲସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆଖିବୁଜା ଗୁଳିମାଡ଼ରେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିଲେ। ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା। ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି।

ଏହାପରେ ୨୪ ଅକ୍ଟୋବରରେ ଉପତ୍ୟକାର ଗୁଲମର୍ଗରେ ସ୍ଥଳ ସେନାର ଗୋଟିଏ ଗାଡ଼ି ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ସେନା ଗାଡ଼ି ଉପରକୁ ଗ୍ରେନେଡ ଫିଙ୍ଗିବା ସହ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଏଥିରେ ଜଣେ ସାଧାରଣ ନାଗରିକଙ୍କ ସମେତ ୨ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ସୁରକ୍ଷାକର୍ମୀଙ୍କ ଜନିଷ ନେବା ଆଣିବା କରୁଥିବା ୨ ଜଣ ପୋର୍ଟର ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏହାବାଦ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ।

Advertisment
Terror Attack Jammu Kashmir News Terrorist Attack In Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe