Advertisment

ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ

ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।

author-image
Hemant Lenka
Terrorist

Terrorist

ଆସାମ ପୁଲିସ୍‌ର ଏସଟିଏଫ ବାଂଲାଦେଶ ଭିତ୍ତିକ ଆତଙ୍କବାଦୀ ସଂଗଠନ ଅନସରୁଲ୍ଲା ବଙ୍ଗଲା ଟିମ(ଏବିଟି)ର ଆଉ ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅବଦୁଲ ଜହିର ଶେଖ ଓ ସବିର ମୀର୍ଦ୍ଧାକୁ କୋକ୍ରାଝର ଜିଲ୍ଲା ନାମପଡ଼ାରୁ ଗିରଫ କରାଯାଇଛି।

Advertisment

ସ୍ୱତନ୍ତ୍ର ଡିଆଇଜି ହରମିତ ସିଂହ କହିଛନ୍ତି, “ଆଉ ଦୁଇ ଜଣ ଏବିଟି ସଦସ୍ୟଙ୍କୁ ଗିରଫ କରିବା ଏକ ବଡ଼ ସଫଳତା। ଏହି ଗିରଫଦାରୀ ଦ୍ୱାରା ବଡ଼ଧରଣର ସମ୍ଭାବ୍ୟ ଆତଙ୍କୀ ହମଲାକୁ ଟାଲି ଦିଆଯାଇଛି।”

ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।

Advertisment

ଏସଟିଏଫ ସେମାନଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବନ୍ଧୁକ, ଗୁଳିଗୋଳା ଓ ଅନ୍ୟାନ୍ତ୍ର ଅସ୍ତ୍ରଶସ୍ତ୍ର ଜବତ କରିଛି। ସେମାନଙ୍କ ଠାରୁ ୪ଟି ଏବେ ସିରିଜ ରାଇଫଲ, ୩୪ଟି ଗୁଳି, ୨୪ ରାଉଣ୍ଡ ଖାଲି କ୍ୟାଟ୍ରିଜ, ଗୋଟିଏ ହଳ ଆଇଡି, ଗୋଟିଏ ହାତ ତିଆରି ଗ୍ରେନେଡ, କୃଷି ଭିତ୍ତିକ ଉପକରଣରେ ତିଆରି ଡିଟୋନେଟର, ୧୪ଟି ବିଦ୍ୟୁତ ଚାଳିତ ସୁଇଚ, ଆଇଇଡି ତିଆରି ପାଇଁ ବ୍ୟବହାର ହେଉଥିବା ଆଇରନ କେସ ଓ ସର୍ବାଧିକ କ୍ଷତି କରିବା ପାଇଁ ୨୦ଟି ଲୁହା ଖଣ୍ଡ ମିଳିଛି

Terrorist Assam Bangladesh