Advertisment

ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ

ଜାତୀୟ ଉଦ୍ୟାନରେ ୪ଟି ଚିତା ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଦିନ ଭିତରେ ୩ଟିର ମୃତ୍ୟୁ ହୋଇ ସାରିଲାଣି। ଚିତା ବାଘଙ୍କ ବଂଶବୃଦ୍ଧି ପାଇଁ କେନ୍ଦ୍ର ସରକାର କେତେ କ’ଣ କରୁଥିବା ବେଳେ ଏପରି ଘଟଣା ସେସବୁ ପ୍ରତି ଶକ୍ତ ଝଟକା ସଦୃଶ ହୋଇଛି।

author-image
Hemant Lenka
cheetah

cheetah

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ମଡ଼କ ଜାରି ରହିଛି। ପୁଣିଥରେ ଏଠାରେ ଥିବା ଦୁଇଟି ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଅତ୍ୟନ୍ତ ଖରାପ ପାଣିପାଗ ଓ ଡିହ୍ରାଇଡ୍ରେସନ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି।

Advertisment

ଜାତୀୟ ଉଦ୍ୟାନରେ ୪ଟି ଚିତା ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଦିନ ଭିତରେ ୩ଟିର ମୃତ୍ୟୁ ହୋଇ ସାରିଲାଣି। ଚିତା ବାଘଙ୍କ ବଂଶବୃଦ୍ଧି ପାଇଁ କେନ୍ଦ୍ର ସରକାର କେତେ କ’ଣ କରୁଥିବା ବେଳେ ଏପରି ଘଟଣା ସେସବୁ ପ୍ରତି ଶକ୍ତ ଝଟକା ସଦୃଶ ହୋଇଛି।

ମାର୍ଚ୍ଚ ମାସରେ ଜୱାଲା ନାମକ ଗୋଟିଏ ମାଈ ଚିତା ୪ଟି ଶାବକଙ୍କୁ ଜନ୍ମ ଦେଇଥିଲା। ମଙ୍ଗଳବାର ଏହି ୪ଟି ଚିତା ଶାବକଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଥିଲା। ଆଜି ଆଉ ୨ଟି ଚିତା ଶାବକ ମଧ୍ୟ ଆଖି ବୁଜିଛନ୍ତି। ମଧ୍ୟପ୍ରଦେଶରେ ପ୍ରବଳ ଖରା ହେଉଥିବାରୁ ଚିତା ଶାବକଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି।

Advertisment

ମେ’ ୨୩ରେ ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୬ରୁ ୪୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ପ୍ରବଳ ଖରା ହେଉଥିବା ବେଳେ ମଙ୍ଗଳବାର ବନ ବିଭାଗର ଗୋଟିଏ ଟିମ ଚିତା ଶାବକଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ।

ଟିମର ସଦସ୍ୟମାନେ ତୁରନ୍ତ ଏନେଇ ପଶୁ ଡାକ୍ତରମାନଙ୍କୁ ସୂଚନା ଦେଇଥିଲେ। ଏହାପରେ ୪ ଶାବକଙ୍କୁ ଉଦ୍ଧାର କରି ଆବଶ୍ୟକ ମେଡିକାଲ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ଓଜନ ପୂରା କମି ଯାଇଥିଲା। ସେମାନଙ୍କୁ ଠିକ କରିବା ପାଇଁ ଡାକ୍ତରମାନେ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ ୨ ଦିନ ମଧ୍ୟରେ ୩ଟି ଚିତା ଶାବକ ଆଖି ବୁଝିଛନ୍ତି।

ବର୍ତ୍ତମାନ ୪ର୍ଥ ଚିତା ଶାବକକୁ ପାଲପୁରରେ ଥିବା ଗୋଟିଏ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତା’ର ଚିକିତ୍ସା ପାଇଁ ଡାକ୍ତରମାନେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି।

Madhya Pradesh Cheetah