Advertisment

ଅସୁରକ୍ଷିତ ରାଜଧାନୀ ରାଜରାସ୍ତା; ବନ୍ଧୁକ ଦେଖାଇ ପୁଣି ସାଡେ ୭ ଲକ୍ଷ ଲୁଟ୍‌

ଆଉ ସୁରକ୍ଷିତ ନାହିଁ ରାଜଧାନୀ ଦିଲ୍ଲୀର ରାଜରାସ୍ତା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଲକ୍ଷ ଲକ୍ଷ ଟଙ୍କା, ସୁନା ଲୁଟ୍‌ ହେଉଥିବା ବେଳେ ପୁଲିସ୍‌ କେବଳ ଘଟଣାର ତଦନ୍ତ କରୁଛି।

author-image
Niharika Rout
Loot

Loot

ଆଉ ସୁରକ୍ଷିତ ନାହିଁ ରାଜଧାନୀ ଦିଲ୍ଲୀର ରାଜରାସ୍ତା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଲକ୍ଷ ଲକ୍ଷ ଟଙ୍କା, ସୁନା ଲୁଟ୍‌ ହେଉଥିବା ବେଳେ ପୁଲିସ୍‌ କେବଳ ଘଟଣାର ତଦନ୍ତ କରୁଛି। ଗତ ସୋମବାର ପ୍ରଗତି ମଇଦାନ ଟନେଲ ନିକଟରେ ବନ୍ଧୁକ ମୁନରେ ୪ ବାଇକ୍‌ ଆରୋହୀ ଏକ କାର୍‌କୁ ଅଟକାଇ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହାପରେ ଲଗାତର ଭାବ ପୁଣି ୨ଟି ଲୁଟ୍‌ ଘଟଣା ଘଟି ସାରିଥିବା ବେଳେ ଏହା ଏବେ ପୁଲିସ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିଛି।

Advertisment

ପ୍ରଥମ ଲୁଟ୍‌ ୱାଜିରାବାଦରେ ଘଟିଥିବା ବେଳେ ଦ୍ୱିତୀୟ ଲୁଟ୍‌ କାଶ୍ମୀରୀ ଗେଟ୍‌ ନିକଟରେ ଘଟିଛି। ପ୍ରଥମ ଘଟଣାରେ ଲୁଟ୍‌ର ଶିକାର ହୋଇଥିବା ଅଭିଯୁକ୍ତ ଓ ତାଙ୍କ ଭାଇ ନିଜ ଗୋଦାମରେ ଥିବା ବେଳେ ୩ଟି ବାଇକ୍‌ରେ ୫ ଯୁବକ ପହଞ୍ଚିଲେ। ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରି ପାଖରେ ଥିବା ୩ ଲକ୍ଷ ଟଙ୍କା ଓ କିଛି ସୁନା ଅଳଙ୍କାର ନେଇ ଫେରାର ହୋଇ ଯାଇଥିଲେ।

ଦ୍ୱିତୀୟ ଘଟଣାରେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଲେ ସୁନୀଲ କୁମାର ଜୈନ । ସୁନୀଲଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ବିଜନେସ୍‌ ପାଇଁ ଗତକାଲି ଦିନରେ କଶ୍ମୀରୀ ଗେଟ ନିକଟ ମଣ୍ଡିକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ବାଟରେ ଏକ ଫୋନ୍‌ କଲ୍‌ ଆସିବାରୁ ସେ ଗାଡ଼ି ଅଟକାଇ କଥା ହୋଇଥିଲେ।

Advertisment

ଏହି ସମୟରେ ୨ ଯୁବକ ଏକ ସ୍କୁଟିରେ ଆସି ତାଙ୍କ ସମ୍ମୁଖରେ ଅଟକିଥିଲେ। ଏହାପରେ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। ମାତ୍ର ସୁନୀଲ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖିଥିଲେ। ଏହାପରେ ସେମାନେ ସୁନୀଲଙ୍କ ଗାଡ଼ି ନେଇ ଫେରାର ହୋଇ ଯାଇଥିଲେ। ଗାଡ଼ି ଡିକିରେ ସାଡେ ୪ ଲକ୍ଷ ଟଙ୍କା ଥିବା କହିଛନ୍ତି ସୁନୀଲ । ପୁଲିସ୍‌ ଏହି ୨ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରିନି।

ସୂଚନାଯୋଗ୍ୟ, ଗତ ସୋମବାର ଓମିୟା ଏଣ୍ଟରପ୍ରାଇଜେସର ଡେଲିଭରି ଏଜେଣ୍ଟ ପଟେଲ ସଜ୍ଜନ କୁମାର ନିଜ ସହଯୋଗୀଙ୍କ ସହ ୨ ଲକ୍ଷ ଟଙ୍କା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଗୁରୁଗ୍ରାମ ଅଭିମୁଖେ ଯାଉଥିଲେ। ସେମାନେ ଲାଲକିଲାରୁ ଓଲା କ୍ୟାବ ବୁକ କରି ରିଙ୍ଗ ରୋଡ ଦେଇ ଟନେଲ ଭିତରକୁ ଯାଇଥିଲେ। ଏହି ସମୟରେ ୪ ଯୁବକ ବାଇକରେ ସେମାନଙ୍କ ପିଛା କରିବା ସହ ବାଙ୍କ ପାଖରେ ଗାଡ଼ିକୁ ଓଭର ଟେକ୍‌ କରି ବିଚ୍‌ ରାସ୍ତାରେ ଅଟକାଇ ଦେଇଥିଲେ। ଏହାପରେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଯାଇଥିଲେ। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ବାନ୍ଧିଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି।

Delhi Loot