Advertisment

ଖେଳୁଥିବା ବେଳେ କାର୍‌ ଭିତରେ ପଶିଗଲେ ଦୁଇ ପିଲା, ମିଳିଲା ମୃତଦେହ

ଖେଳୁଥିବା ବେଳେ ଏହି ଦୁଇ ପିଲା ନିଖୋଜ ହୋଇ ଯାଇଥିଲେ। ଏହାପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Two children-died

Two children-died

Advertisment

ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ ଦୁଇ ଛୁଆ। ଏବେ ଏକ ଭଙ୍ଗା କାର୍‌ ଭିତରୁ ଉଭୟଙ୍କ ମୃତଦେହ ମିଳିଛି। ମୁମ୍ବାଇର ଏଣ୍ଟପ ହିଲ୍‌ରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ସୂଚନା ମୁତାବକ, ଏଠାକର ଏକ ଭଙ୍ଗା କାର୍ ଭିତରୁ ଦୁଇ ଭାଇ-ଭୁଉଣୀଙ୍କ ମୃତଦେହ ମିଳିଛି। ମୃତ ପୁଅର ନାଁ ସାଜିଦ ଓ ଝିଅ ନାଁ ମୁସ୍‌କାନ ଥିବା ଜଣାପଡିଛି। ଉଭୟଙ୍କ ବୟସ୍‌ ୫ ଓ ୭ ବର୍ଷ।  ଏମାନେ ଖେଳୁଥିବା ବେଳେ ଘର ପାଖରେ ଥିବା ଏକ ଭଙ୍ଗା କାର୍‌ ଭିତରେ ବସି କବାଟ ଲକ୍‌ କରିଦେଇଥିଲେ। ଏଥିଯୋଗୁ ନିଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

ଗତକାଲି ମଧ୍ୟାହ୍ନରେ ଘରୁ ବାହାରକୁ ଆସି ଭଇ ଭଉଣୀ ଖେଳୁଥିଲେ। ତେବେ ଦୀର୍ଘ ସମୟ ବିତିଯିବା ପରେ ପିଲାମାନେ ଯେତେବେଳେ ଘରକୁ ଫେରି ନଥିଲେ, ସେତେବେଳେ ପରିବାର ଲୋକେ ଚିନ୍ତିତ ହୋଇଯାଇଥିଲେ। ଏହାପରେ ପିଲାମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସେମାନେ ପିଲାଙ୍କ ନିଖୋଜ ହେବା ନେଇ ପୁଲିସରେ ଅଭିଯୋଗ କରିଥିଲେ।

Advertisment

ପୁଲିସ ଆସି ପୂରା ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଘର ପାଖରେ ଥିବା ଏକ ଭଙ୍ଗା କାର୍‌ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଉକ୍ତ କାର୍‌ ଭିତରେ ଦୁଇ ପିଲା ଥିବା ଦେଖିବାକୁ ପାଇଥିଲା ପୁଲିସ। ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପୂର୍ବରୁ ହିଁ ଉଭୟ ପିଲାଙ୍କ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Suffocation Mumbai Locked Car Two Children Died
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe