Advertisment

Love Story: ଜେଲରେ ପରସ୍ପରର ପ୍ରେମରେ ପଡ଼ିଲେ ଦୁଇ ହତ୍ୟାକାରୀ, ବାହା ହେବାକୁ ମିଳିଲା ପାରୋଲ

ଜେଲରୁ ଆରମ୍ଭ ହୋଇଥିବା ଲଭଷ୍ଟୋରୀ ଏବେ ବାହାଘରର ରୂପ ନେବ। ମହିଳା ଜଣଙ୍କ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ୫ ଜଣଙ୍କୁ ମାରିଥିଲେ। ଏଥିପାଇଁ ସେମାନେ ଦୋଷୀ ସାବ୍ୟସ୍ତ ହୋଇ ଅଲୱର ଜେଲରେ ରହିଥିଲେ।

Priya

ପ୍ରିୟା ଓ ପ୍ରସାଦ

Advertisment

ଜେଲରୁ ଆରମ୍ଭ ହୋଇଥିବା ଲଭଷ୍ଟୋରୀ ଏବେ ବାହାଘରର ରୂପ ନେବ। ମହିଳା ଜଣଙ୍କ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ୫ ଜଣଙ୍କୁ ମାରିଥିଲେ। ଏଥିପାଇଁ ସେମାନେ ଦୋଷୀ ସାବ୍ୟସ୍ତ ହୋଇ ଅଲୱର ଜେଲରେ ରହିଥିଲେ। ବାସ ସେଠାରେ ଉଭୟଙ୍କ ଦେଖା ହେବା ପରେ ଆରମ୍ଭ ହୋଇଥିଲା ପ୍ରେମ।

Advertisment

 ଏହି ପ୍ରେମକୁ ବିବାହାର ରୂପ ଦେବାକୁ ସେମାନେ ଚାହିଁଥିଲେ। ଏହାକୁ ସାକାର କରିବାକୁ ଜେଲ କର୍ତ୍ତୃପକ୍ଷ ଓ କୋର୍ଟ ମଧ୍ୟ ରାଜି ହୋଇଛନ୍ତି। ବାହା ହେବାକୁ ଉଭୟଙ୍କୁ ମିଳିଛି ପାରୋଲ। ରାଜସ୍ଥାନ(Rajasthan)ର ଅଲୱରରେ ସେମାନେ ଶୁକ୍ରବାର ବାହା ହେବାକୁ ଯାଉଛନ୍ତି।

ପ୍ରିୟା ସେଠ ଓରଫ ନେହା ସେଠ ଓ ତାଙ୍କ ଭାବୀ ସ୍ୱାମୀ ହନୁମାନ ପ୍ରସାଦଙ୍କୁ ରାଜସ୍ଥାନ ହାଇକୋର୍ଟ ୧୫ ଦିନର ଜରୁରୀ ପାରୋଲ ଦେଇଛନ୍ତି। ପାରୋଲ ମିଳିବା ପରେ ସେମାନେ ଜେଲରୁ ବାହାରିଛନ୍ତି। ଆଜି(ଶୁକ୍ରବାର) ଅଲୱରର ବାରୋଦାମେଭରେ ବିବାହ(Love Story) କରିବେ। 

Advertisment

ପ୍ରିୟା ସେଠ ଜଣେ ଜଣେ ମଡେଲ। ଏକଦା ସେ ଡେଟିଂ ଆପରେ ଦୁଷ୍ୟନ୍ତ ଶର୍ମାଙ୍କୁ ଭେଟିବା ସହ ତାଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପ୍ରିୟା ତାଙ୍କୁ ହତ୍ୟା(Murder)କରିଥିଲେ। ଏଥିପାଇଁ ତାଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି।

ଦୋଷୀ ସାବ୍ୟସ୍ତ ହେବା ପରଠାରୁ ସାଙ୍ଗନେର ଓପନ ଜେଲରେ ରହୁଥିଲେ ପ୍ରିୟା। ୬ ମାସ ତଳେ ଜେଲ ଭିତରେ ତାଙ୍କର ଦେଖା ପ୍ରସାଦଙ୍କ ସହ ହୋଇଥିଲା। ଦୁଇ ଜଣ ପରସ୍ପରକୁ ଭେଟିବା ପରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ। 

ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିବା ହତ୍ୟାକାଣ୍ଡ ୨୦୧୮ ମସିହା ମେ’ ୨ ତାରିଖରେ ଘଟିଥିଲା। ପ୍ରିୟା ନିଜର ପ୍ରେମକ ଓ ଆଉ ଜଣଙ୍କ ସହ ମିଶି ଦୁଷ୍ୟନ୍ତ ଶର୍ମାଙ୍କୁ ହତ୍ୟା କରିଥିଲେ। ପ୍ରିୟା ପ୍ରକୃତିରେ ଦୁଷ୍ୟନ୍ତଙ୍କୁ ନିଜ ଜାଲରେ ଫସାଇ ଅପହରଣ କରିବା ସହ ତାଙ୍କ ଠାରୁ ଟଙ୍କା ଆଣି ଋଣରେ ଥିବା ପ୍ରେମିକ ଦିକ୍ଷାନ୍ତ କାମରାଙ୍କୁ ଦେବାକୁ ଚାହୁଁଥିଲେ। 

ଯୋଜନା ଅନୁସାରେ, ପ୍ରିୟା ଟିଣ୍ଡର ଡେଟିଂ ଆପରେ ଦୁଷ୍ୟନ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। କିଛି ଦିନର ବନ୍ଧୁତା ପରେ ସେ ତାଙ୍କୁ ଫୋନ କରି ବାଲାଜୀ ନଗର ସ୍ଥିତ ଗୋଟିଏ ଫ୍ଲାଟକୁ ଡାକିଥିଲେ। ସେଠାରେ ତାଙ୍କୁ ପଣବନ୍ଦୀ କରି ତାଙ୍କ ବାପାଙ୍କୁ ଫୋନ କରିଥିଲେ।

ପୁଅର ଜୀବନ ପାଇଁ ଦୁଷ୍ୟନ୍ତଙ୍କ ବାପାଙ୍କୁ ପ୍ରିୟା ୧୦ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ଦୁଷ୍ୟନ୍ତଙ୍କ ବାପା କେବଳ ୩ ଲକ୍ଷ ଟଙ୍କା ଯୋଗାଡ଼ କରିପାରିଥିଲେ। ଏହି ଟଙ୍କାକୁ ମଧ୍ୟ ସେ ପ୍ରିୟାଙ୍କ ପାଖକୁ ପଠାଇଥିଲେ। ଟଙ୍କା ପାଇବା ପରେ ମଧ୍ୟ ପ୍ରିୟା ଓ କାମରାଙ୍କୁ ଧରା ପଡ଼ିଯିବାର ଭୟ ଘାରିଥିଲା। 

ଏଥିପାଇଁ ସେମାନେ ଆଉ ଜଣେ ବନ୍ଧୁ ଲକ୍ଷ୍ୟ ୱାଲିଆଙ୍କ ସହ ମିଶି ଶର୍ମାଙ୍କୁ ହତ୍ୟା କରିଥିଲେ। ମୃତଦେହକୁ ସେମାନେ ଗୋଟିଏ ସୁଟକେସରେ ଭର୍ତ୍ତି କରି ଆମେର ହିଲ୍ସରେ ଫିଙ୍ଗି ଦେଇଥିଲେ। ମୃତଦେହର ପରିଚୟକୁ ଗୋପନ ରଖିବା ପାଇଁ ସେମାନେ ଦୁଷ୍ୟନ୍ତଙ୍କ ମୁହଁରେ ଏକାଧିକ ଥର ଛୁରୀ ଭୁଷି ଦେଇଥିଲେ। ସେହିପରି ପ୍ରମାଣ ନଷ୍ଟ କରିବାକୁ ଫ୍ଲାଟକୁ ଭଲ ଭାବେ ସଫା କରି ଦେଇଥିଲେ। 

ତେବେ ଦୁଷ୍ୟନ୍ତଙ୍କ ମୃତଦେହ ମେ’ ୩ ତାରିଖ ରାତିରେ ମିଳିଥିଲା ଓ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ପ୍ରିୟା, କାମରା ଓ ୱାଲିଆଙ୍କୁ ଗିରଫ କରିଥିଲା। 

୫ ହତ୍ୟା ପଛରେ ହନୁମାନ ପ୍ରସାଦ 

ପ୍ରସାଦ ନିଜ ପ୍ରେମିକଙ୍କ ସ୍ୱାମୀ ଓ ପିଲାମାନଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି। ପ୍ରସାଦଙ୍କ ପ୍ରେମିକ ସନ୍ତୋଷ ଅଲୱରର ଜଣେ ଟାଇକୋଣ୍ଡୋ ଖେଳାଳି ଥିଲେ। ୨୦୧୭ ମସିହା ଅକ୍ଟୋବର ୨ରେ ସେ ପ୍ରସାଦଙ୍କୁ ଫୋନ କରି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

ପ୍ରେମିକାଙ୍କ ଡାକରା ପାଇ ପ୍ରସାଦ ତାଙ୍କର ଜଣେ ସହଯୋଗୀଙ୍କୁ ଧରି ସେଠାରେ ପହଞ୍ଚି ଯାଇଥିଲେ। ଗୋଟିଏ ମାଂସ କଟା କାତିରେ ପ୍ରସାଦ ପ୍ରେମିକାଙ୍କ ସ୍ୱାମୀ ବନୱାରି ଲାଲଙ୍କୁ ପ୍ରଥମେ ହତ୍ୟା କରିଥିଲେ। 

ଏହି ସମୟରେ ସନ୍ତୋଷଙ୍କ ୩ ପିଲା ଓ ଜଣେ ପୁତୁରା ହଠାତ୍‌ ଉଠି ଯାଇଥିଲେ। ସେମାନେ ହତ୍ୟାକାଣ୍ଡକୁ ଦେଖିଦେବାରୁ ସେମାନଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଇ ନଥିଲେ ପ୍ରସାଦ। ଗୋଟିଏ ରାତିରେ ୪ ପିଲା ଓ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ଘଟଣା ପୂରା ଅଲୱରରେ ହଇଚଇ ସୃଷ୍ଟି କରିଥିଲା। 

Murder Rajasthan Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe