Advertisment

୧୯୮୮ରୁ ମନ୍ଦିରରେ କାମ କରୁଥିଲେ ୨ ମୁସଲିମ, ଏବେ ସେମାନଙ୍କୁ ବିଦା କରିଦେଲେ

ଏହାର ଇତିହା ଅନେକ ଲମ୍ବା ଓ ରୋଚକ ଥିବା ବେଳେ ଏବେ ମୈହାର ନୂଆ ଭବିଷ୍ୟତ ଆଡ଼କୁ ଗତି କରିବା ଆରମ୍ଭ କରିଛି।

Maa Sharda temple

Maa Sharda temple

Advertisment

ମଧ୍ୟପ୍ରଦେଶରେ ଥିବା ମାହିହାର ମା’ ଶାରଦା ମନ୍ଦିର ଓ ମୈହାର ଘରାନାର ପାଇଁ ପରିଚିତ। ମୈହାର ଘରାନା ସାରୋଦ ଲିଜେଣ୍ଡ ବାବା ଆଲାଉଦ୍ଦିନ ଖାନ ପ୍ରତିଷ୍ଠା କରିଥିଲେ। ଏହାର ଇତିହା ଅନେକ ଲମ୍ବା ଓ ରୋଚକ ଥିବା ବେଳେ ଏବେ ମୈହାର ନୂଆ ଭବିଷ୍ୟତ ଆଡ଼କୁ ଗତି କରିବା ଆରମ୍ଭ କରିଛି।

Advertisment

ଏବେ ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମନ୍ଦିର ମ୍ୟାନେଜମେଣ୍ଟରେ ଏଣିକି ଆଉ କୌଣସି ମୁସଲିମ ସଂପ୍ରଦାୟର କର୍ମଚାରୀ ଆଉ କାମ କରିପାରିବେ ନାହିଁ। ରାଜ୍ୟର ଧାର୍ମିକ ଟ୍ରଷ୍ଟର ଅନୁ ସଚିବ ପୁଷ୍ପା କାଲେଶଙ୍କ ଦସ୍ତଖତ ଥିବା ଗୋଟିଏ ନିର୍ଦ୍ଦେଶନାମାରେ ଏପରି କୁହାଯାଇଛି। ମନ୍ଦିର କମିଟିକୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। 

ମା ଶାରଦା ମନ୍ଦିରରେ ୧୯୮୮ରୁ ଦୁଇ ଜଣ ମୁସଲିମ କର୍ମଚାରୀ କାମ କରୁଥିବା ବେଳେ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ସେମାନେ ଏବେ ଚାକିରି ହରାଇବା ନିଶ୍ଚିତ ହୋଇଛି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, କୌଣସି କର୍ମଚାରୀଙ୍କୁ ତାଙ୍କ ଧର୍ମ ଭିତ୍ତିରେ ଚାକିରିରୁ ବିଦା କରାଯାଇ ପାରିବ ନାହିଁ। ହେଲେ ମା’ ଶରଦା ମନ୍ଦିର ପାଇଁ ସରକାର ନୂଆ ନିୟମ ଲାଗୁ କରିଛନ୍ତି।

Advertisment

ନିର୍ଦ୍ଦେଶନାମାରେ ମୈହାରରେ କୌଣସି ପ୍ରକାରର ମାଂସ ଓ ମଦ ବିକ୍ରି କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି। ଜାନୁଆରୀ ମାସରେ ଏହି ଦୁଇ ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ରାଜ୍ୟର ସଂସ୍କୃତି ଓ ଧାର୍ମିକ ଟ୍ରଷ୍ଟର ମନ୍ତ୍ରୀ ଉଷା ସିଂହ ଠାକୁରଙ୍କୁ ଭେଟିଥିଲେ। ଏହାପରେ ହିଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଜିଲ୍ଲାପାଳ ଅନୁରାମ ବର୍ମା ମଧ୍ୟ ମନ୍ଦିର ପରିଚାଳନା କମିଟିର ମୁଖ୍ୟ। ସେ କହିଛନ୍ତି, ନିୟମ ଅନୁସାରେ ସବୁ ପ୍ରକାରର ପଦକ୍ଷେପ ନିଆଯିବ। ତେବେ ଏ ସମ୍ପର୍କରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳପାରି ନାହିଁ।

ମୈହାରରେ ବାବା ଆଲଉଦ୍ଦିନ ଖାନଙ୍କ ଘର ରହିଛି। ସେ ହେଉଛନ୍ତି ଜଣେ କିମ୍ବଦନ୍ତୀ ସଂଗୀତଜ୍ଞ ଓ ମୈହାର ଘରାନାର ପ୍ରତିଷ୍ଠାତା। ତାଙ୍କ ସଂସ୍ଥାରୁ ଅନେକ କିମ୍ବଦନ୍ତୀ ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ବାହାରିଛନ୍ତି। ପଣ୍ଡିତ ରବି ଶଙ୍କର, ପଣ୍ଡିତ ନିଖିଳ ବାନାର୍ଜୀ ଓ ତାଙ୍କ ଝିଅ ଅନପୂର୍ଣ୍ଣା ଦେବୀ ଓ ଉସ୍ତାଦ ଅଲୀ ଅକବର ଖାନ ଅନେକ ଖ୍ୟାତି ଅର୍ଜନ କରିଛନ୍ତି।

ମୈହାର ମହାରାଜଙ୍କ ଦରବାରରେ ଜଣେ ସଂଗୀତଜ୍ଞ ଭାବେ କାମ କରିଥିବା ଖାନ ଅନେକ ଶାସ୍ତ୍ରୀୟ ରାଗ ବାହାର କରିଥିଲେ। କୁହାଯାଏ ଖାନ ପ୍ରତିଦିନ ୧୦୬୩ଟି ପାହାଚ ଚଢ଼ି ମା’ ଶାରଦ ମନ୍ଦିରର ଉପରକୁ ଯାଉଥିଲେ ଓ ମା’ଙ୍କ ପାଖରେ ନିଜର ସଂଗୀତ ପରିବେଷଣ କରୁଥିଲେ। ଖାନଙ୍କ ଅନୁଗାମୀ ପଣ୍ଡିତ ରବି ଶଙ୍କର ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ବାବା ଆଲାଉଦ୍ଦିନ ଖାନଙ୍କ ଘରେ ମା’ କାଳୀ, ଭଗବାନ କୃଷ୍ଣ ଓ ଯୀଶୁ ଖ୍ରୀଷ୍ଟଙ୍କ ଫଟୋରେ ଭର୍ତ୍ତି ହୋଇ ରହିଛି। ତାଙ୍କ ଘର ପୂର୍ବଭଳି ମୈହାରରେ ସେମିତି ରହିଥିବା ବେଳେ ବାହାର ଦୁନିଆ କିନ୍ତୁ ବଦଳି ଯାଇଛି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe