Advertisment

ଶୋଇବାକୁ ଡାକ୍ତର ରାତିସାରା ଚଲେଇଲେ ଏସି, ସନ୍ନିପାତରେ ଚାଲିଗଲେ ୨ ନବଜାତ

କୌଣସି ରୋଗ କି ଜ୍ୱରରୁ ନୁହେଁ, ବରଂ ଅତ୍ୟଧିକ ଶୀତଳ ଘରେ ରଖିବାରୁ ଦୁଇ ନବଜାତଙ୍କ ମୃତ୍ୟୁ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ନୂଆ କରି ଜନ୍ମ ହୋଇଥିବା ଦୁଇ କୋମଳମତି ଶିଶୁଙ୍କର ଜୀବନ ଚାଲିଯାଇଛି। କୌଣସି ରୋଗ କି ଜ୍ୱରରୁ ନୁହେଁ, ବରଂ ଅତ୍ୟଧିକ ଶୀତଳ ଘରେ ରଖିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତକାଲି ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା।

Advertisment

ପୁଲିସ କହିବା ଅନୁସାରେ, କ୍ଲିନିକର ମାଲିକ ଡ. ନୀତୁ ଶନିବାର ଶୋଇବାକୁ ଚାହୁଁଥିବାରୁ ଏୟାର କଣ୍ଡିସନର (ଏସି)କୁ ରାତିସାରା ଅନ୍ କରି ରଖିଥିଲେ। ଏହି କାରଣରୁ ପରଦିନ ସକାଳେ ଶିଶୁମାନଙ୍କର ମୃତ୍ୟୁ ଘଟିଥିବା ନବଜାତ ଶିଶୁଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପିଲାମାନଙ୍କ ପରିବାର ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ଉପରେ ଆଧାର କରି ଆଇପିସିର ଧାରା ୩୦୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ କ୍ଲିନିକ ମାଲିକଙ୍କୁ ଗିରଫ କରାଯାଇଛି।

ସେପଟେ ଏପରି ଏକ ସମ୍ବେଦନଶୀଳ ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

Advertisment

ସୂଚନା ଅନୁସାରେ, ଶନିବାର(୨୩ ସେପ୍ଟେମ୍ବର)ରେ ଦୁଇ ନବଜାତ ଏକ ସରକାରୀ ହସ୍ପିଟାଲରେ ଜନ୍ମ ଗ୍ରହଣ କରିଥିଲେ। ସେହିଦିନ ସେମାନଙ୍କୁ ଏକ ଘରୋଇ କ୍ଲିନିକକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପାଇଁ ସେମାନଙ୍କୁ ଫୋଟୋଥେରାପି ୟୁନିଟରେ ରଖାଯାଇଥିଲା। ଶନିବାର ରାତିରେ କ୍ଲିନିକ୍ ମାଲିକ ନିଜ ଶୋଇବା ପାଇଁ ରାତିସାରା ଏୟାର କଣ୍ଡିସନର ସୁଇଚ୍ ଅନ୍ କରି ରଖିଥିଲେ। ପର ଦିନ ସକାଳେ ପରିବାର ଲୋକ ଦେଖିବାକୁ ଯିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। 

ନବଜାତଙ୍କ ପରିବାର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେପଟେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Newborn Die For AC Uttar Pradesh News Newborn Die
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe