Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲା: ଦୁଇ ପୁଲିସ କର୍ମୀ ସସ୍‌ପେଣ୍ଡ

ଏହି ଦୁଇଜଣ ଅଧିକାରୀ ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଜ ସିନିୟର୍‌ କିମ୍ବା କଣ୍ଟ୍ରୋଲ ରୁମ୍‌କୁ ଜଣାଇ ନଥିଲେ।

Pune Accident

Pune Accident

Advertisment

ପୁଣେ ପୋର୍ସ କାର୍‌ ଦୁର୍ଘଟଣା ମାମଲାରେ ନିଲମ୍ବିତ ହେଲେ ଦୁଇ ପୁଲିସ କର୍ମୀ। ଅଭିଯୁକ୍ତ ନାବାଳକକୁ ଯେଉଁ ପୁଲିସ ଷ୍ଟେସନ ନିଆଯାଇଥିଲା ସେଠାକାର ଦୁଇ ପୁଲିସ କର୍ମୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ଦୁଇଜଣ ଅଧିକାରୀ ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

Advertisment

ଆରମ୍ଭରୁ ଏହି ଘଟଣାରେ ପୁଲିସ ଅବହେଳା କରିଛି। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ୟେରଓ୍ୱାଡା ପୁଲିସ ଷ୍ଟେସନର ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନଙ୍କୁ ପୁଣେ ପୁଲିସ କମିଶନର ନିଲମ୍ବିତ କରିଛନ୍ତି। ମେ ୧୯ରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସିନିୟରମାନଙ୍କୁ ଠିକ୍ ସମୟରେ ନ ଜଣାଇବାରୁ ପୁଲିସ ଇନ୍ସପେକ୍ଟର ରାହୁଲ ଜଗଦାଲେ ଏବଂ ଏପିଆଇ ବିଶ୍ୱନାଥ ଗଡକରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ତଦନ୍ତରୁ ଜଣାପଡିଛି ଯେ, ପୋର୍ସ କାର୍‌ରେ ଦୁଇ ଜଣଙ୍କୁ ଧକ୍କା ଦେବା ଘଟଣା ପରେ ୟେରଓ୍ୱାଡ ପୁଲିସ ଷ୍ଟେସନର ଦୁଇଜଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେମାନେ କଣ୍ଟ୍ରୋଲ ରୁମକୁ ଜଣାଇ ନଥିଲେ। ଏହି ମାମଲାରେ ଏହି ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। କୁହାଯାଉଛି ଯେ ଦୁର୍ଘଟଣା ଦିନ ଜୋନ୍-୧ର ଡିସିପି ଗିଲ୍ ମଧ୍ୟ ନାଇଟ୍‌ ରାଉଣ୍ଡରେ ଥିଲେ। କିନ୍ତୁ ଏହି ଦୁର୍ଘଟଣା ସମ୍ପର୍କରେ ତାଙ୍କୁ ମଧ୍ୟ କୌଣସି ସୂଚନା ଦିଆଯାଇ ନଥିଲା।

Advertisment

ଅନ୍ୟପଟେ ପୁଣେ ଅଦାଲତ ପୋର୍ସ କାର୍‌ ଦୁର୍ଘଟଣା ମାମଲାରେ ୧୭ ବର୍ଷୀୟ ଅଭିଯୁକ୍ତର ବାପା ବିଶାଳ ଅଗ୍ରଓ୍ୱାଲଙ୍କ ସମେତ ୬ ଜଣଙ୍କୁ ଜୁନ୍‌ ୭ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

କହିରଖୁ ଯେ, ମେ' ୧୯ ତାରିଖରେ ପୁଣି କଲ୍ୟାଣୀନଗର ଅଞ୍ଚଳରେ ପୋର୍ସ କାର୍‌କୁ ଦ୍ରୁତ ଗତିରେ ଚଳାଇ ନାବାଳକ ଏକ ବାଇକ୍‌କୁ ଧକ୍କା ଦେଇଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ବାଇକ୍‌ରେ ଯାଉଥିବା ଦୁଇ ଜଣ ସଫ୍ଟଓ୍ୱେର୍‌ ଇଂଜିନିୟର୍‌ଙ୍କ ମୃତ୍ୟୁ ହୋଇଥିଲା। ତେବେ ନାବାଳକ ଅଭିଯୁକ୍ତ ଜଣକ ମଦ ନିଶାରେ ଗାଡି ଚଳାଉଥିବା ପୁଲିସ ଦାବି କରିଥିଲା। ଏହି ମାମଲାରେ ପୁଲିସ ନାବାଳକକୁ ଗିରଫ କରିଥିଲା। କିନ୍ତୁ ଗିରଫର ୧୪ ଘଣ୍ଟା ପରେ କୋର୍ଟ ତାକୁ କିଛି ସର୍ତ ଆଧାରରେ ଜାମି ଦେଇଦେଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

Road Accident Pune Porsche Crash Pune Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe