Advertisment

ଆକାଶରେ ଉଡ଼ିଲା UFO, ପିଛା କଲା ରାଫେଲ ଜେଟ୍‌

ପ୍ରାୟ ୪ଟା ସମୟରେ UFO ଏୟାରଫିଲ୍ଡରୁ ପଶ୍ଚିମ ଆଡକୁ ଗତି କରୁଥିବାର ଦେଖିବାକୁ ମିଳିଥିଲା।

UFOs Near Imphal Airport

UFOs Near Imphal Airport

Advertisment

ବିମାନ ବନ୍ଦର ଆକାଶରେ ଉଡ଼ିଲା ୟୁଏଫ୍‌ଓ। ଏହାକୁ ପିଛା କଲା ବାୟୁସେନାର ଦୁଇଟି ରାଫେଲ ଜେଟ୍‌। ରବିବାର ଇମ୍ଫାଲ ବିମାନ ବନ୍ଦରରେ ଏକ ୟୁଏଫ୍‌ଓ (unidentified flying object) ଉଡ଼ୁଥିବା ନେଇ ସିଆଇଏସ୍‌ଏଫ୍‌ର ଜଣେ ଯବାନ ସୂଚନା ଦେଇଥିଲେ। ଏହାପରେ ଅନ୍ୟ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଅନେକ ବିମାନର ଉଡ଼ାଣକୁ ବାତିଲ କରାଯାଇଥିଲା। ଏଥିସହ ତୁରନ୍ତ ଭାରତୀୟ ବାୟୁସେନାର ଦୁଇ ରାଫେଲ ଫାଇଟର୍‌ ଜେଟ୍‌ ଏହି ୟୁଏଫ୍‌ଓର ପିଛା କରିଥିଲେ।

Advertisment

ଇମ୍ଫାଲ ବିମାନ ବନ୍ଦରରୁ ଜଣେ ଅଫିସର୍‌ଙ୍କଠାରୁ ୟୁଏଫ୍‌ଓ ଦେଖାଯାଇଥିବା ନେଇ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଏକ ରାଫାଲ୍ ଯୁଦ୍ଧ ବିମାନ ହାସିମାରା ବାୟୁସେନା ବେସରୁ UFO ଦେଖାଯାଇଥିବା ସ୍ଥାନକୁ ଯାଇଥିଲା। କିନ୍ତୁ ରାଫାଲ ରାଡାରରେ କୌଣସି ଅଜ୍ଞାତ ବିମାନ କିମ୍ବା ଯାନ ଦୃଶ୍ୟମାନ ହେଇ ନଥିଲା ବୋଲି ଭାରତୀୟ ବାୟୁସେନାର ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଥମ ରାଫେଲ ଫାଇଟର୍‌ ଜେଟ୍‌ ଫେରିବା ପରେ ଅନ୍ୟ ଏକ ରାଫେଲ୍‌କୁ ଡବଲ୍ ଚେକ୍ ପାଇଁ ପଠାଯାଇଥିଲା। କିନ୍ତୁ ସେହି ଅଞ୍ଚଳରେ ଏବଂ ଏହାର ଆଖପାଖରେ କୌଣସି UFO କିମ୍ବା ଏଲିଅନ୍‌ସିପ୍‌ ଦେଖାଯାଇନଥିଲା ବୋଲି ଭାରତୀୟ ବାୟୁସେନା ସୂଚନା ଦେଇଛି। ସର୍ଚ୍ଚ ପରେ ୟୁଏଫ୍‌ଓ ନ ମିଳିଥିବା ସତ୍ତ୍ୱେ ଭାରତୀୟ ବାୟୁସେନା ବାୟୁ ପ୍ରତିରକ୍ଷା ରେସପନ୍ସ ମେକାନିଜିମକୁ ସକ୍ରିୟ କରିଦେଇଛି। କାରଣ ଭିଜୁଆଲ୍ ଇନପୁଟ୍ ଇମ୍ଫାଲ୍ ବିମାନବନ୍ଦରରୁ ଆସିଥିଲା। କୁହାଯାଉଥିଲା ଯେ ପ୍ରାୟ ୪ଟା ସମୟରେ UFO ଏୟାରଫିଲ୍ଡରୁ ପଶ୍ଚିମ ଆଡକୁ ଗତି କରୁଥିବାର ଦେଖିବାକୁ ମିଳିଥିଲା।

Advertisment

ତେବେ ୟୁଏଫ୍‌ଓ ଅଛି ନା ନାହିଁ ସୁନିଶ୍ଚିତ କରିବା ପାଇଁ ଇଣ୍ଡିଗୋର ଏକ ବିମାନକୁ କୋଲକାତା ପଠାଯାଇଥିଲା। ଏହି ବିମାନଟି ବେଶ୍‌ କିଛି ସମୟ ଧରି ଆକାଶରେ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା। ଏହାର ୨୫ ମିନିଟ୍‌ ପରେ ଆଉ ଏକ ବିମାନକୁ ଗ୍ୱୋହାଟୀକୁ ଡାଇଭର୍ଟ କରାଯାଇଥିଲା। ବାୟୁସେନା ପକ୍ଷରୁ କନ୍‌ଫରମେସନ୍‌ ମିଳିବା ପରେ ଅନ୍ୟ ବିମାନଗୁଡ଼ିକ ବିଳମ୍ବରେ ଉଡାଣ ଭରିଥିଲା। ଅନେକ ବିମାନ ତିନି ଘଣ୍ଟା ବିଳମ୍ବରେ ଚାଲିଥିଲା।

UFO Imphal Airport Rafale Jet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe