Advertisment

ଛୋଟ ପିଲା ଦେଖି କାମୁଡ଼ି ପକାଇଲେ ପୋଷା କୁକୁର, ମାଲିକ ଗିରଫ

ଏହି ଘଟଣାରେ ପୁଲିସ ଏକ ବେପରୁଆ ମାମଲା ରୁଜୁ କରି ପୋଷା କୁକୁର ମାଲିକଙ୍କୁ ଗିରଫ କରିଛି। ଏଥିସହ କୁକୁରଙ୍କ ଦେଖାରେଖା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

author-image
Madhupriya Mistry
Rottweilers Attack

Rottweilers Attack

ଦିନକୁ ଦିନ ବଢ଼ି ଚାଲିଛି ଦେଶରେ କୁକୁର ଆକ୍ରମଣ ଘଟଣା। ଛୋଟ ପିଲା ଦିଖି କାମୁଡି ପକାଉଛନ୍ତି କୁକୁର। ଏବେ ଏଭଳି ହିଁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାର୍କରେ ୫ ବର୍ଷର ଛୋଟ ଝିଅଟି ଖେଳୁଥିବା ବେଳେ ଦୁଇଟି ପୋଷା କୁକୁର ତା'ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ସେ ଏଥିରେ ଗୁରୁତର ଆହତ ହୋଇଛି।

Advertisment

ରବିବାର ସନ୍ଧ୍ୟାରେ ଚେନ୍ନାଇର ଏକ ପାର୍କରେ ୫ ବର୍ଷର ଛୋଟ ଝିଅଟି ଖେଳୁଥିଲା। ଏତିକି ବେଳେ ସେଠାକାର ଜଣେ ବ୍ୟକ୍ତି ନିଜର ଦୁଇ ରାଟ୍‌ଓ୍ୱିଲର୍‌ ପ୍ରଜାତିର ପୋଷା କୁକୁରକୁ ନେଇ ପାର୍କ ବୁଲିବାକୁ ଆସିଥିଲେ। ଏତିକି ବେଳେ ସେ ନିଜ କୁକୁରମାନଙ୍କୁ ଖୋଲା ଛାଡି ଦେଇଥିଲେ। ଛୋଟା ପିଲାକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ଏହା ଦେଖି ଝିଅର ବାପା ମା' ପାଟି କରିବା ସହ ଦୌଡି ଆସିଥିଲେ। ପରେ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁନି ଝିଅର ବାପା ଉକ୍ତ ପାର୍କରେ ହୋମ୍‌ଗାର୍ଡ ରୂପେ କାମ କରନ୍ତି।

ଏହି ଘଟଣାରେ ପୁଲିସ ଏକ ବେପରୁଆ ମାମଲା ରୁଜୁ କରି ପୋଷା କୁକୁର ମାଲିକଙ୍କୁ ଗିରଫ କରିଛି। ଏଥିସହ କୁକୁରଙ୍କ ଦେଖାରେଖା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଥିସହ ଆକ୍ରମଣାତ୍ମକ ପ୍ରଜାତିର କୁକୁରଙ୍କୁ ପୋଷା ଜନ୍ତୁ ଭାବେ ଘରେ ରଖିବାକୁ ନେଇ ମଧ୍ୟ ଚାରିଆଡୁ ତାଙ୍କୁ ବିରୋଧ କରାଯାଇଛି।

Advertisment

ବରିଷ୍ଠ ପୁଲିସ ଅଧିକାରୀ ଶେଖର ଦେଶମୁଖଙ୍କ କହିବା ମୁତାବକ, ପିଲାଟି ଉପରେ କୁକୁର ଆକ୍ରମଣ ବେଳର ସମସ୍ତ ଦୃଶ୍ୟ ପାର୍କରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଗୁରୁତର କୁନି ଝିଅଟିର ନାଁ ସୁଦକ୍ଷା। ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।

ନିକଟରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ମଧ୍ୟ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା। ମା'ଙ୍କ ସହ ଦୋକାନକୁ ଯାଇଥିବା ଜଣେ ୪ ବର୍ଷର ଝିଅ ଉପରକୁ ଏକ ଜର୍ମାନ ଶେଫର୍ଡ କୁକୁର ଆକ୍ରମଣ କରିଥିଲା। ଏଥିରେ ଝିଅଟିର ମୁହଁରେ ଗଭୀର ଆଘାତ ଲାଗିଥିଲା। ପଟେଲ ନାଗର କୋତୱାଲୀ ଅଞ୍ଚଳରେ ଏହି ଘଟଣା ଘଟିଥିଲା।

Chennai Dog Attack Rottweiler Dog Owner Arrested