Advertisment

କାର୍‌ ଭିତରେ ଥିଲେ ବୟସ୍କ ଦମ୍ପତି, ଟାଣି ନେଲା କ୍ରେନ୍‌

ରାସ୍ତାରେ ଛିଡ଼ା ହୋଇଥିବା ଏକ କାର୍‌କୁ ହଟାଇବାକୁ ଯାଇ ସେଥିରେ ଥିବା ବୃଦ୍ଧ ଦମ୍ପତିଙ୍କୁ ବାହାରିବାକୁ ସୁଯୋଗ ଦେଲେନି। ଉକ୍ତ ଦମ୍ପତିଙ୍କ ସହ କାର୍‌କୁ କ୍ରେନ୍‌ ସାହାଯ୍ୟରେ ଟାଣିନେଲେ।

Car

Car

Advertisment

ପାର୍କିଂ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଯାଇ ମାନବିକତା ଭୁଲିଗଲେ ପାର୍କିଂ ସଞ୍ଚାଳକ । ରାସ୍ତାରେ ଛିଡ଼ା ହୋଇଥିବା ଏକ କାର୍‌କୁ ହଟାଇବାକୁ ଯାଇ ସେଥିରେ ଥିବା ବୃଦ୍ଧ ଦମ୍ପତିଙ୍କୁ ବାହାରିବାକୁ ସୁଯୋଗ ଦେଲେନି। ଉକ୍ତ ଦମ୍ପତିଙ୍କ ସହ କାର୍‌କୁ କ୍ରେନ୍‌ ସାହାଯ୍ୟରେ ଟାଣିନେଲେ। ଏପରି ଏକ ଅମାନବୀୟ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଥିବା ବେଳେ ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ନୋଏଡା ସହରରେ କିଛି ଦିନ ହେବ ପାର୍କିଂ ସଞ୍ଚାଳକ ଦବଙ୍ଗଗିରି କରୁଥିବା ଘଟଣା ନଜରକୁ ଆସିଛି। ଏହାର ଏକ ଉଦାହରଣ ଗତକାଲି ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାର୍‌ ଭିତରେ ଥିବା ବୃଦ୍ଧ ଦମ୍ପତିଙ୍କୁ ବି ବାହାରିବାକୁ ସୁଯୋଗ ଦେଲେନି ପାର୍କିଂ ସଞ୍ଚାଳକ । ତୁରନ୍ତ ଏହାକୁ କ୍ରେନ୍‌ ସାହାଯ୍ୟରେ ଦ୍ରୁତ ଗତିରେ ଟାଣିନେଲେ। ଭିତରେ ଥିବା ଦମ୍ପତି ବାହାରିବାକୁ ସମୟଦେବାକୁ କାକୁତି ମିନତି ହେଉଥିବା ବେଳେ ଶୁଣିଲେନି ଦବଙ୍ଗଗିରି ଦେଖାଉଥିବା ସଞ୍ଚାଳକ ।

ଏହି ଭିଡିଓ ତୁରନ୍ତ ଭାଇରାଲ ହେବା ପରେ ପାର୍କିଂ ସଞ୍ଚାଳକଙ୍କ ଏପରି ପଦକ୍ଷେପକୁ ଖୁବ୍‌ ସମାଲୋଚନା କରାଯାଇଛି। ନୋଏଡା ମ୍ୟୁନିସିପାଲିଟି ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାର୍କିଂ ସଞ୍ଚାଳନ କରୁଥିବା କମ୍ପାନୀକୁ ନୋଟିସ ଜାରି କରିଛନ୍ତି। ଏଥିସହ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି।

Advertisment

କମ୍ପାନୀର ଏପରି କାର୍ଯ୍ୟକଳାପ ଯୋଗୁ ନୋଏଡା ମ୍ୟୁନିସିପାଲିଟିର ଛବି ମଳିନ ପଡ଼ୁଥିବାରୁ କମ୍ପାନୀ ଉପରେ ୫୦ ହଜାର ଟଙ୍କାର ଜରିମାନା ପକାଯାଇଛି। ବହୁ ଥର କମ୍ପାନୀକୁ ଚେତାବନୀ ଦିଆଯିବା ସତ୍ତ୍ୱେ କମ୍ପାନୀ ନିଜ ମନମାନୀ ବନ୍ଦ କରୁ ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଅଧିକାରୀମାନେ କହିଛନ୍ତି ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe