Advertisment

ବଡ଼ଧରଣର ଆତଙ୍କୀ ହମଲା: ୨ ଯବାନ ସହିଦ, ୨ ପୋର୍ଟର ମୃତ

ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଯବାନ ଘଟଣା ସ୍ଥଳକୁ ଯାଇଛନ୍ତି।

author-image
Hemant Lenka
Terrorist

Terrorist

ଜମ୍ମୁ-କଶ୍ମୀରର ବରମୁଲ୍ଲା ଅନ୍ତର୍ଗତ ଗୁଲମର୍ଗରେ ଆଜି ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ କରିଥିବା ହମଲାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଜନିଷ ନେବା ଆଣିବା କରୁଥିବା ୨ ଜଣ ପୋର୍ଟର ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଏହାବାଦ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସେନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ୧୮ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଆଜି ସନ୍ଧ୍ୟାରେ ବୁତାପଥରିପଥରରୁ ଯାଉଥିଲେ। ସେମାନେ ନାଗିନ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ହୋଇଥିବା ସ୍ଥାନଟି ଏଲଓସିର ଅତି ନିକଟରେ। ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରି ଅତର୍କିତ ଆକ୍ରମଣ କରିଥିଲେ।

ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଯବାନ ଘଟଣା ସ୍ଥଳକୁ ଯାଇଛନ୍ତି। ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ଥିବାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେହିପରି ଗୁଳି ବିନିମୟ ଚାଲିଥିବା ଖବର ମିଳିଛି।

Advertisment

ଆକ୍ରମଣ ପଛରେ ପାକିସ୍ତାନର ବର୍ଡର ଆକ୍ସନ ଟିମ(ବିଏଟି)ର ହାତ ରହିଛି। ଏମାନେ ପୂର୍ବରୁ ମଧ୍ୟ ଅନେକ ଥର ସୀମା ପାର ଆତଙ୍କବାଦୀ ହମଲା କରିବାର ନଜିର ରହିଛି। ଆଜି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ବିଏଟିର ଅଂଶ ବିଶେଷ ବୋଲି କୁହାଯାଉଛି।

Terror Attack Jammu Kashmir Encounter