Advertisment

ଜମ୍ମୁ କଶ୍ମୀର ଓ ଲଦାଖରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାର ପାତ; ୨ ଯବାନଙ୍କ ସମେତ ୫ ମୃତ

ଲଗାଦାର ୩ ଧରି ମୂଷଳ ଧାରାରେ ବର୍ଷା ସାଙ୍ଗକୁ ତୁଷାରପାତ ଲାଗି ରହିଥିବାରୁ ଯାତ୍ରୀ ଭିଡ଼ ରହୁଥିବା ଏହି ଅଞ୍ଚଳରେ ଜୀବନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଅଦ୍ୟତନ ହୋଇଛି
Incessant rains and unseasonal snowfall lashed a large part of Ladakh, and Jammu and Kashmir. (File

Incessant rains and unseasonal snowfall lashed a large part of Ladakh, and Jammu and Kashmir. (File

Advertisment

୨ ଯବାନଙ୍କ ସମେତ ୫ ମୃତ। ଲଦାଖ ସମେତ ଜମ୍ମୁ ଓ କଶ୍ମୀରରେ ପ୍ରବଳ ବର୍ଷା ସହିତ ଅସମୟରେ ହୋଇଥିବା ବରଫପାତ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଦାର ୩ ଧରି ମୂଷଳ ଧାରାରେ ବର୍ଷା ସାଙ୍ଗକୁ ତୁଷାରପାତ ଲାଗି ରହିଥିବାରୁ ଯାତ୍ରୀ ଭିଡ଼ ରହୁଥିବା ଏହି ଅଞ୍ଚଳରେ ଜୀବନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Advertisment

ପୁଞ୍ଜ ସେକ୍ଟରରେ ଦୁଇ ଜଣ ଯବାନ ବଢ଼ି ପାଣି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ସୁଅର ଭାସି ଯାଇଥିବା ସୁରକ୍ଷା ବିଭାଗ ମୁଖପାତ୍ର ସୂଚନା ଦେଇଛନ୍ତି।

ସେହିପରି ଅନ୍ୟ ଘଟଣାରେ ଦୋଡା ଅଞ୍ଜଳର ଭାଙ୍ଗରୁନ ଥାଥ୍ରି-ଗଣ୍ଡୋ ଜିଲ୍ଲାରେ ଅତଡ଼ା ଖସିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌ରେ ଆସୁଥିବା ବେଳେ ଏହି ମାଟି ଅତଡ଼ା ଖସିଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅମୀର ସୋହେଲ ଓ ମୁଦାଶର ଅଲି। ଅନ୍ୟ ଯାତ୍ରୀମାନେ ଆହତ ହୋଇଥିଲେ ହେଁ ସେମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିବା ଭଦେରୱା ଏସ୍‌ପି ବିନୋଦ ଶର୍ମା ସୂଚନା ଦେଇଛନ୍ତି।

Advertisment

ସେହିପରି ଲଦାଖର କାରଗିଲ ଜିଲ୍ଲା ଅନ୍ତର୍ଗତ ଲେହ୍-ଶ୍ରୀନଗର ଜାତୀୟ ରାଜପଥର ପଣ୍ଡ୍ରାସ ଗାଁ ନିକଟରେ ମାଟି ଅତଡ଼ା ଖସିବାରୁ ଏକ ବଡ଼ ପଥର ତଳେ ଚାପି ହୋଇ ଗାଡ଼ିରେ ଆସୁଥିବା ମହମ୍ମଦ କଜିମ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଲଦାଖର ବିଭିନ୍ନ ଉଚ୍ଚ ସ୍ଥାନମାନଙ୍କରେ ବରଫପାତ ଓ ବିଭିନ୍ନ ସହରରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଓ ବରଫପାତ ନେଇ ରେଡ୍‌ ଆଲର୍ଟ ଜାରି କରିଛି। ସେପଟେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଦୁର୍ଗମ ଇଲାକାରେ ଫସିଥିବା ପ୍ରାୟ ୪୦ ଜଣଙ୍କୁ ଏସ୍‌ଡିଆରଏଫ୍‌ ଉଦ୍ଧାର କରିଥିବା ମଧ୍ୟ ଜଣାପଡ଼ିଛି।

Heavy Rain Ladakh Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe