Advertisment

ଆତଙ୍କବାଦୀଙ୍କ ହମଲା ପରେ ଗୁଳି ବିନିମୟ, ୨ ଯବାନ ଆହତ

ଆଜି ମଧ୍ୟାହ୍ନରେ ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଛି।

Ukraine

Ukraine

Advertisment

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧ ୨ ଜଣ ଯବାନ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଛି।

Advertisment

ପୁଲିସ କହିଛି ଯେ ଆଜି ମଧ୍ୟାହ୍ନରେ କୋକେରନାଗ ସବଡିଭିଜନରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ କରାଯାଉଥିଲା। ଏହି ସମୟରେ ପ୍ୟାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଛି। ତେବେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏବେ ସେଠାରେ ଜାରି ରହିଥିବା ଗୁଳି ବିନିମୟରେ ସ୍ପେଶାଲ ଫୋର୍ସ ଓ ପାରା ଟ୍ରୁପର୍ସ ନିୟୋଜିତ ହୋଇଛି। ଜଙ୍ଗଲ ଭିତରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ସେମାନଙ୍କୁ ନିପାତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

କୋକେରନାଗରେ ଏହା ଦ୍ୱିତୀୟ ବଡ଼ ଏନକାଉଣ୍ଟର। ଗତବର୍ଷ ସେପ୍ଟେମ୍ବର ମାସରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଓ ପୁଲିସର ଜଣେ ଡେପୁଟି ଏସ୍‌ପି ଏଠାରେ ସହିଦ ହୋଇଥିଲେ।

Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe