Advertisment

ଡବଲ ଏନକାଉଣ୍ଟର: ୨ ଆତଙ୍କୀ ସଫା

ଆଜି ଜମ୍ମୁ-କଶ୍ମୀରର କଠୁଆ ଓ କିଶ୍ତୱାରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
2 Soldiers Killed In Action In J&K

2 Soldiers Killed In Action In J&K

ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ଉପତ୍ୟକା। ନିର୍ବାଚନରେ ହିଂସା ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କ ଉଦ୍ୟମ ଜାରି ରହିଛି। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେମାନଙ୍କୁ ଉଚିତ ଜବାବ ଦିଆଯାଉଛି। ଏହିକ୍ରମରେ ଆଜି ଜମ୍ମୁ-କଶ୍ମୀରର କଠୁଆ ଓ କିଶ୍ତୱାରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି।

Advertisment

ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି। ଏବେ ବି ଉଭୟ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି।

ହ୍ୱାଇଟ ନାଇଟ କ୍ରପ୍ସ ପକ୍ଷରୁ କୁହାଯାଇଛି ଯେ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ କିଶ୍ତୱାରର ଛତ୍ରୋ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ଗୁଳି ବିନିମୟରେ ୪ ଜଣ ଯବାନ ଆହତ ହୋଇଥିଲେ।

Advertisment

ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠା ଯାଇଥିଲା। ସେହିପରି ଅଧିକ ସଂଖ୍ୟକ ଯବାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି।

କିଶ୍ତୱାର ଏନକାଉଣ୍ଟରରେ ସାମିଲ ଥିବା ସମାନ ଆତଙ୍କବାଦୀମାନା ଜୁଲାଇ ମାସରେ ଡୋଡା ଠାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏଥିରେ ଜଣେ ସେନା ଅଫିସରଙ୍କ ସମେତ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

ଅନ୍ୟପକ୍ଷରେ କଠୁଆରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ ହୋଇଥିବା ଏନକାଉଣ୍ଟରରେ ରାଇଜିଂ ଷ୍ଟାର କ୍ରପ୍ସ ୨ ଜଣ ଆତଙ୍କବାଦୀଙ୍କୁ ସଫା କରି ଦେଇଛନ୍ତି। ଏଠାରେ ସେଠାରେ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି।

Terror Attack Jammu Kashmir Terrorist Encounter