Advertisment

୯ମ ଦିନରେ ଅପରେସନ ଅଖଲ: ୨ ଯବାନ ସହିଦ, ଜଣେ ଆତଙ୍କୀ ସଫା

ଅଖଲ ଜଙ୍ଗଲରେ ୯ ଦିନ ହେଲା ଚାଲିଥିବା ଅପରେସନରେ ୬ ଜଣ ଆତଙ୍କବାଦୀ ନିହତ ହୋଇ ସାରିଲେଣି। ଜମ୍ମୁ-କଶ୍ମୀର ପୁଲିସ୍‌, ସ୍ଥଳ ସେନା ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଅପରେସନ ଅଖଲକୁ ଜାରି ରଖାଯାଇଛି।

Jammu

Jammu

Advertisment

ଜମ୍ମୁ-କଶ୍ମୀରର କୁଲଗାମରେ ଚାଲିଥିବା ଅପରେସନ ଅଖଲ ଶନିବାର ୯ମ ଦିନରେ ପହଞ୍ଚିଛି। ଏହି ଅପରେସନ ବେଳେ ଆଜି ୨ ଜଣ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେହିପରି ଆଉ ୨ ଜଣ ଯବାନ ଆତଙ୍କବାଦୀ ଗୁଳିରେ ଆହତ ହୋଇଛନ୍ତି। ‌ଏହାକୁ ମିଶାଇ ଅପରେସନ ଅଖଲରେ ଆହତ ହୋଇଥିବା ଯବାନଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।

Advertisment

ଆଜି ସହିଦ ହୋଇଥିବା ଦୁଇ ଯବାନ ହେଲେ ଲାନ୍ସ ନାଏକ ପ୍ରୀତପାଲ ସିଂହ ଓ ସିପାହୀ ହରମିନ୍ଦର ସିଂହ। ସେନା ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ଚିନାର କ୍ରପ୍ସ ଲାନ୍ସ ନାଏକ ପ୍ରୀତପାଲ ସିଂହ ଓ ସିପାହୀ ହରମିନ୍ଦର ସିଂହଙ୍କ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଉଛି। ସେମାନେ ଦେଶ ପାଇଁ ଡ୍ୟୁଟି ବେଳେ ସହିଦ ହୋଇଛନ୍ତି। ସେମାନଙ୍କ ଅଦମ୍ୟ ସାହାସ ସବୁବେଳେ ସମସ୍ତଙ୍କୁ ପ୍ରେରଣା ଦେବ। ଭାରତୀୟ ସେନା ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାର ସହ ରହିଛି। ଅପରେସନ ଏବେ ବି ଜାରି ରହିଛି।

ଅଖଲ ଜଙ୍ଗଲରେ ୯ ଦିନ ହେଲା ଚାଲିଥିବା ଅପରେସନରେ ୬ ଜଣ ଆତଙ୍କବାଦୀ ନିହତ ହୋଇ ସାରିଲେଣି। ଜମ୍ମୁ-କଶ୍ମୀର ପୁଲିସ୍‌, ସ୍ଥଳ ସେନା ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଅପରେସନ ଅଖଲକୁ ଜାରି ରଖାଯାଇଛି। ଏବେ ବି ସେଠାରେ ଆଉ କିଛି ଆତଙ୍କବାଦୀ ରହିଥିବା ଆଶଙ୍କା କରାଯାଉଛି।

Advertisment

ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରଥମେ ସୂଚନା ଦିଆଯାଇଥିଲା ଯେ ଜଙ୍ଗଲରେ ଥିବା ପ୍ରାକୃତିକ ଗୁମ୍ପା ଭଳି ସ୍ଥାନରେ ୩ ଜଣ ଆତଙ୍କବାଦୀ ରହିଛନ୍ତି। ଏହି ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ କର୍ଡନ କରିଥିବା ବେଳେ ଦୁଇ ପକ୍ଷ ମଧ୍ୟରେ ଅଗଷ୍ଟ ୧ରୁ ଘମାଘୋଟ ଲଢ଼େଇ ଚାଲିଛି। ଘଞ୍ଚ ଜଲଙ୍ଗଲ ଓ କଷ୍ଟକର ପାହାଡ଼ି ରାସ୍ତା ଅପରେସନରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତଥାପି ସୁରକ୍ଷରକର୍ମୀମାନେ ଡ୍ରୋନ ଓ ହେଲିକପ୍ଟର ଜରିଆରେ ଜଙ୍ଗଲ ଭିତରେ ଲୁଚି ଥିବା ଆତଙ୍କବାଦୀଙ୍କ ପତ୍ତା ଲଗାଉଛନ୍ତି। ପାରା କମାଣ୍ଡୋମାନେ ମଧ୍ୟ ଅପରେସନରେ ସହାୟତା କରୁଛନ୍ତି।

ପୂରା ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ଓ ବିସ୍ଫୋରଣ ହୋଇ ଚାଲିଛି। ତାଲିମ ପ୍ରାପ୍ତ ଆତଙ୍କବାଦୀଙ୍କ ମୁକାବିଲା କରିବାରେ ସୁରକ୍ଷାକର୍ମୀମାନେ ଲାଗି ପଡ଼ିଛନ୍ତି। ଆତଙ୍କବାଦୀଙ୍କ ପାଖରେ ରାତିରେ ଦୃଶ୍ୟମାନ ହେବା ଭଳି ଅତ୍ୟାଧୁନିକ ଅସ୍ତ୍ର ଓ ଦୂରଗାମୀ ରାଇଫଲ୍ସ ରହିଥିବା ସୁରକ୍ଷାକର୍ମୀ ଜାଣିବାକୁ ପାଇଛନ୍ତି।

ନିରବଚ୍ଛିନ ଗୁଳି ବିନିମୟ ଓ ବିସ୍ଫୋରଣ ଯୋଗୁ ଅଖଲ ଗାଁର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥିତିକୁ ଦେଖି ଶୁକ୍ରବାର ଠାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାକୁ ଠିକ ଭାବେ ପରିଚାଳନା କରିବାକୁ ନୋଡାଲ ଅଧିକାରୀମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe