Advertisment

ଆତଙ୍କବାଦୀଙ୍କ ସହ ଲଢ଼େଇ କରି ୨ ଯବାନ ସହିଦ

ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

Gunfight

Gunfight

Advertisment

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଓ ୨ ଜଣ ସାଧାଣ ଲୋକ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ସେମାନଙ୍କୁ ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, କୋକେରନାଗ ସବଡିଭିଜନରେ ଥିବା ଜଙ୍ଗଲରେ କିଛି ଆତଙ୍କବାଦୀ ଥିବା ସୂଚନା ମିଳିଥିଲା। ଏହାପରେ ଭାରତୀୟ ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ଚାଲିଥିବା ବେଳେ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଛି। ଫଳରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏଥିରେ ୩ ଜଣ ଯବାନ ଓ ୨ ଜଣ ସାଧାରଣ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର କରି ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏବେ ହସ୍ପିଟାଲରେ ଜଣେ ସୁରକ୍ଷାକର୍ମୀ ଓ ୨ ଜଣ ସାଧାରଣ ଲୋକଙ୍କ ଚିକିତ୍ସା ଚାଲିଛି।

Advertisment

ଏବେ ସେଠାରେ ଗୁଳି ବିନିମୟ ଜାରି ରହିଛି। ସ୍ପେଶାଲ ଫୋର୍ସ ଓ ପାରା ଟ୍ରୁପର୍ସ ଅପରେସନରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲ ଭିତରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ସେମାନଙ୍କୁ ନିପାତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କୋକେରନାଗରେ ଏହା ଦ୍ୱିତୀୟ ବଡ଼ ଏନକାଉଣ୍ଟର। ଗତବର୍ଷ ସେପ୍ଟେମ୍ବର ମାସରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଓ ପୁଲିସର ଜଣେ ଡେପୁଟି ଏସ୍‌ପି ଏଠାରେ ସହିଦ ହୋଇଥିଲେ।

Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe