Advertisment

Suicide: କଲେଜର ତୃତୀୟ ମହଲାରୁ ଡେଇଁ ପଡ଼ୁଛନ୍ତି ଶିକ୍ଷାର୍ଥୀ: ୪ ଦିନରେ ୨ଟି ଘଟଣା, ଜଣେ ମୃତ, ଜଣେ ଗୁରୁତର

ରୁଦ୍ର ଜଣେ ଝିଅଙ୍କୁ ଭଲ ପାଉଥିଲେ। କିନ୍ତୁ ଝିଅ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଝିଅ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ ନ କରି ପ୍ରଥମେ ଗ୍ରାଜ୍ୟୁଏଟ ହେବା ଓ ଚାକିରି କରିବା ଦରକାର ବୋଲି କହିଥିଲେ।

suicide

representational image

Advertisment

କଲେଜର ତୃତୀୟ ମହଲାରୁ ଜଣଙ୍କ ପରେ ଜଣେ ଶିକ୍ଷାର୍ଥୀ ତଳକୁ ଡେଇଁବା ଘଟଣା ହଇଚଇ ସୃଷ୍ଟି ହୋଇଛି। ୪ ଦିନ ମଧ୍ୟରେ ସମାନ ଭାବେ ୨ଟି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି। ତଳକୁ ୨ ଜଣ ଶିକ୍ଷାର୍ଥୀ ଡେଇଁଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣଙ୍କ ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

Advertisment

ଆନ୍ଧ୍ର ପ୍ରଦେଶ(Andhra Pradesh)ର ଚିତ୍ତୋର ଜିଲ୍ଲାରେ ଥିବା ଶ୍ରୀନିବାସ ଇନଷ୍ଟିଚ୍ୟୁଟ ଅଫହ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ ଷ୍ଟଡିଜ(ଏସ୍‌ଆଇଟିଏମଏମଏସ୍‌)ରେ ଏପରି ଘଟଣା ଘଟିଛି। ସୋମବାର ଦ୍ୱିତୀୟ ବର୍ଷର ଜଣେ ଇଞ୍ଜିନିୟରିଂ ଛାତ୍ର କଲେଜର ତୃତୀୟ ମହଲାରୁ ତଳକୁ ଡେଇଁ ଜୀବନ(Suicide) ହାରିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ରୁଦ୍ର ମୂର୍ତ୍ତି। 

ସିସିଟିଭି ଫୁଟେଜରୁ ଜଣାପଡ଼ିଛି ରୁଦ୍ର ସୋମବାର ମଧ୍ୟାହ୍ନ ପ୍ରାୟ ୨.୧୦ରେ କଲେଜ ବିଲଡିଂର କାନ୍ଥରେ ଚଢ଼ିଥିଲେ। ସେ ବେଶ ଭଲ ଭାବେ ସନ୍ତୁଳନ ରକ୍ଷା କରି କାନ୍ଥ ବାଟେ ଗୋଟିଏ କରିଡରରେ ପହଞ୍ଚିଥିଲେ। ସେଠାରେ ସେ କାହା ସହ କଥା ହେବାକୁ ଚାହୁଁଥିଲେ ନା କାହାକୁ ଦେଖିବାକୁ ଚାହୁଁଥିଲେ, ସେକଥା ସ୍ପଷ୍ଟ ହୋଇନାହିଁ।

Advertisment

ସେ ତୃତୀୟ ମହଲାରେ କିଛି ସମୟ ଛିଡ଼ା ହେବା ପରେ ସିଧା ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ତୁରନ୍ତ ତାମିଲନାଡୁର ଭେଲୋର ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

ସବ ଡିଭିଜନାଲ ପୁଲିସ୍‌ ଅଫିସର ସାଇନାଥଙ୍କ କହିବା କଥା ଯେ ରୁଦ୍ର ଜଣେ ଝିଅଙ୍କୁ ଭଲ ପାଉଥିଲେ। କିନ୍ତୁ ଝିଅ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଝିଅ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ ନ କରି ପ୍ରଥମେ ଗ୍ରାଜ୍ୟୁଏଟ ହେବା ଓ ଚାକିରି କରିବା ଦରକାର ବୋଲି କହିଥିଲେ। ଏଥିସହ ଝିଅ ଜଣଙ୍କ ତାଙ୍କ ବାପା ମା’ଙ୍କ ବିନା ଅନୁମତିରେ କିଛି ବି ପ୍ରତିଶ୍ରୁତି ଦେଇ ପାରିବେ ନାହିଁ ବୋଲି ରୁଦ୍ରଙ୍କୁ ଜଣାଇଥିଲେ। ଏଥିରେ ମର୍ମାହତ ହୋଇଥିଲେ ରୁଦ୍ର। ଏହାପରେ ସେ ନିଜର ଜଣେ ବନ୍ଧୁଙ୍କୁ ଝିଅର ଯତ୍ନ ନେବା କଥା କହି ତଳକୁ ଡେଇଁ ପଡ଼ିଥିଲେ ବୋଲି ସାଇନାଥ ସୂଚନା ଦେଇଛନ୍ତି। 

ଅନ୍ୟପକ୍ଷରେ ଏହି ଘଟଣାର ୪ ଦିନ ପୂର୍ବରୁ ନନ୍ଦିନୀ ରେଡ୍ଡୀ ନାମକ ଜଣେ ଛାତ୍ରୀ ସମାନ ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ନନ୍ଦିନୀ ହେଉଛନ୍ତି ତୃତୀୟ ବର୍ଷର ବିଟେକ୍‌ ଇସିଇ ଛାତ୍ରୀ। ତାଙ୍କ ଗୁରୁତ୍ୱପୂର୍ଣ୍ଣ ଲ୍ୟାବ ପରୀକ୍ଷା ଦେବାକୁ ଅନୁମତି ନ ମିଳିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ନନ୍ଦିନୀଙ୍କୁ ପ୍ରଥମେ ଚିତ୍ତୋର ସରକାରୀ ହସ୍ପିଟାଲ ଓ ପରେ ବେଙ୍ଗାଲୁରୁ ସ୍ଥିତ ବୈଦେଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। 

ସାଇନାଥଙ୍କ କହିବା କଥା ନନ୍ଦିନୀ ପ୍ରବଳ ମାନସିକ ଚାପରେ ରହିଥିଲେ। ସେ ଅନ୍ୟ ୧୪ ଜଣଙ୍କ ଭଳି ନିଜ ନିଜର ଲ୍ୟାବ ରେକର୍ଡ ଶେଷ କରି ନଥିଲେ। ଏଥିପାଇଁ ତାଙ୍କୁ ଗାଳି ଶୁଣିବାକୁ ପଡ଼ିଥିଲା। ତାଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ବି ରହିଥିଲା। ଏଥିଯୋଗୁ ସେ ବିଲଡିଂରୁ ତଳକୁ ଡେଇଁ ପଡ଼ିଥିବା ସାଇନାଥ କହିଛନ୍ତି। 

Suicide Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe