Advertisment

ଅସହ୍ୟ ହେଲା ଶିକ୍ଷକଙ୍କ ନିର୍ଯାତନା, ଫିନାଇଲ ପିଇଦେଲେ ନବମ ଛାତ୍ର

ସ୍କୁଲରେ ଅସହ୍ୟ ହେଲା ଦୁଇ ଶିକ୍ଷକଙ୍କ ନିର୍ଯାତନା। ଏପରି ନିର୍ଯାତନା ସହି ନ ପାରି କୋମଳ ଛାତ୍ରଜଣକ ଭାଙ୍ଗି ପଡ଼ିଥିବା ବେଳେ ନେଇଥିଲେ ଚରମ ପଦକ୍ଷେପ । ଏପରିକି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ନବମ ଶ୍ରେଣୀ ଛାତ୍ରଜଣକ ଫିନାଇଲ ପିଇ ଦେଇଥିଲେ।

Student

Student

Advertisment

ସ୍କୁଲରେ ଅସହ୍ୟ ହେଲା ଦୁଇ ଶିକ୍ଷକଙ୍କ ନିର୍ଯାତନା। ଏପରି ନିର୍ଯାତନା ସହି ନ ପାରି କୋମଳ ଛାତ୍ରଜଣକ ଭାଙ୍ଗି ପଡ଼ିଥିବା ବେଳେ ନେଇଥିଲେ ଚରମ ପଦକ୍ଷେପ । ଏପରିକି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ନବମ ଶ୍ରେଣୀ ଛାତ୍ରଜଣକ ଫିନାଇଲ ପିଇ ଦେଇଥିଲେ। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଗୋୱାଲିଅର ସହରରେ ଘଟିଛି। ଏହି ମାମଲାରେ ପୁଲିସ୍‌ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଛି।

Advertisment

ପୁଲିସ୍‌ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଜପୁରା ଥାନା ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଜଣେ ୧୪ ବର୍ଷୀୟ ନାବାଳକ ଏପରି ଚରମ ପଦକ୍ଷେପ ଉଠାଇଛନ୍ତି। ସେ ଉକ୍ତ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ।

ଶିକ୍ଷକଦ୍ୱୟଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ର ଫିନାଇଲ ପିଇବା ପୂର୍ବରୁ ସୁଇସାଇଡ ନୋଟ୍‌ ଲେଖିଥିଲେ। ଉକ୍ତ ନୋଟ୍‌ରେ ସେ ନିଜ ଦୁଇ ଶିକ୍ଷକଙ୍କ ନାମ ଉଲ୍ଲେଖ କରିଥିଲେ। ଏହାପରେ ସେ ଫିନାଇଲ ପିଇ ଦେଇଥିଲେ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରି ନାବାଳକଙ୍କ ସୁଇସାଇଡ ନୋଟ୍‌ ଜବତ କରିଥିବା ବେଳେ ତାଙ୍କ ବୟାନ ବି ରେକର୍ଡ କରିଛି। ଏହା ଆଧାରରେ ପୁଲିସ୍‌ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଛି।

Torture; Suicide Threat Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe