Advertisment

ସେଲ୍ଫି ନେବା ହେଲା କାଳ, ଗଙ୍ଗା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ

ଡଙ୍ଗା ଉପରେ ଠିଆ ହୋଇ ସେଲ୍ଫି ଉଠାଇବା ବେଳେ ଗଙ୍ଗା ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି।

author-image
Madhupriya Mistry
Drowning Death

Drowning Death

ଆଜି କାଲି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ସେଲ୍ଫି ନେବା ପାଇଁ ପସନ୍ଦ କରନ୍ତି। ବିଶେଷ କରି ଯୁବପିଢ଼ିଙ୍କୁ ଏହା ଭାରି ପସନ୍ଦ। କିଏ କେଉଁଠି କେଉଁ ପ୍ରକାରେ ସେଲ୍ଫି ନିଅନ୍ତି। ତେବେ ବେଳେ ବେଳେ ଏହି ସେଲ୍ଫି ନେବା ଚକ୍କରରେ ଚାଲିଯାଉଛି ଜୀବନ। ନିକଟରେ ଏଭଳି ହିଁ କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ରାୟବରେଲିରେ।

Advertisment

ରାୟବରେଲି ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କ ପାଇଁ ସେଲ୍ଫି ନେବା କାଳ ହୋଇଛି। ଡଙ୍ଗା ଉପରେ ଠିଆ ହୋଇ ସେଲ୍ଫି ଉଠାଇବା ବେଳେ ଗଙ୍ଗା ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ତିନି ଜଣ ସାଙ୍ଗ ତୌହିଦ୍ (୧୭), ଫହାଦ୍ (୧୯), ଏବଂ ଶାନ୍ (୧୮) ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲ୍ଫି ନେବା ପାଇଁ ଡଙ୍ଗାରେ ଚଢ଼ି ଥିଲେ। ତେବେ ଏମାନେ ସେଲ୍ଫି ନେବା ବେଳେ ଡଙ୍ଗାର ଶୀର୍ଷକୁ ଚାଲିଯାଇଥିଲେ। ଫଳରେ ଭାରସାମ୍ୟ ହରାଇ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ।

Advertisment

ତୌହିଦ ଓ ଶାନ୍‌ ନଦୀରେ ବୁଡ଼ି ଯାଇଥିବା ବେଳେ ଫହାଦ ପହଁରି କୂଳକୁ ଚାଲି ଆସିଥିବା ସର୍କଲ ଅଧିକାରୀ ଅରୁଣ କୁମାର ସୂଚନା ଦେଇଛନ୍ତି। ସେପଟେ ନିଖୋଜ ନାବାଳକମାନଙ୍କୁ ଖୋଜିବା ପାଇଁ ସ୍କୁବା ଡାଇଭର୍‌ ନିୟୋଜିତ କରାଯାଇଥିଲା। ରବିବାର ଦିନ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତୌହିଦ୍ ଏବଂ ଶାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମାମଲାର ତଦନ୍ତ ଜାରି ରହିଥିବା ସର୍କଲ ଅଧିକାରୀ କହିଛନ୍ତି।

Selfie Death Uttar Pradesh Drowning Death