Advertisment

ଆତ୍ମହତ୍ୟା କଲେ ଦୁଇ ଜଣ ଛାତ୍ରୀ, ଜଣେ ୪ ଦିନ ତଳେ ହଷ୍ଟେଲ ଯାଇଥିଲେ

ଝିଅର ପାଠପଢ଼ା ଖର୍ଚ୍ଚ ବହନ କରିବା ପାଇଁ ତାଙ୍କ ବାପା ଗୋଟିଏ ଜମି ବିକ୍ରି କରିଥିଲେ। ହେଲେ ଏବେ ସବୁ କିଛି ଶେଷ ହୋଇଯାଇଛି। ସପ୍ତାହକ ତଳେ କଲେଜରେ ନାଁ ଲେଖାଇବା ପରେ ୪ ଦିନ ତଳେ ଛାତ୍ରୀ ଜଣଙ୍କ ଘର ଛାଡ଼ି ହଷ୍ଟେଲକୁ ଯାଇଥିଲେ।

Suicide

Suicide

Advertisment

ତେଲେଙ୍ଗାନାର ୨ ଜଣ ଛାତ୍ରୀ ୨ଟି ଭିନ୍ନ ସ୍ଥାନରେ ଆତ୍ମହତ୍ୟା ଭଳି ଚରମପଦକ୍ଷେପ ଗ୍ରହଣ କରିଛନ୍ତି। ଦୁଇ ଜଣ ଯାକ ଛାତ୍ରୀ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୧୬ ବର୍ଷ। ସପ୍ତାହକ ତଳେ ସେ ଉଚ୍ଚ ଶିକ୍ଷା ପାଇଁ ହାଇଦ୍ରାବାଦର ଗୋଟିଏ ଘରୋଇ କଲେଜର ନାଁ ଲେଖାଇଥିଲେ।

Advertisment

ଝିଅର ପାଠପଢ଼ା ଖର୍ଚ୍ଚ ବହନ କରିବା ପାଇଁ ତାଙ୍କ ବାପା ଗୋଟିଏ ଜମି ବିକ୍ରି କରିଥିଲେ। ହେଲେ ଏବେ ସବୁ କିଛି ଶେଷ ହୋଇଯାଇଛି। ସପ୍ତାହକ ତଳେ କଲେଜରେ ନାଁ ଲେଖାଇବା ପରେ ୪ ଦିନ ତଳେ ଛାତ୍ରୀ ଜଣଙ୍କ ଘର ଛାଡ଼ି ହଷ୍ଟେଲକୁ ଯାଇଥିଲେ।

ହେଲେ ହଷ୍ଟେଲ ବିଲଡିଂର ୫ମ ମହଲରୁ ତଳକୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ହଷ୍ଟେଲକୁ ଆସିବା ଦିନ ଠାରୁ ଛାତ୍ରୀ ଜଣଙ୍କ ଚୁପଚାପ ରହୁଥିଲେ। ସବୁବେଳେ ସେ ଘର କଥା ମନେ ପଡ଼ୁଥିବା କହୁଥିଲେ। ଶେଷରେ ସେ ହଠାତ୍‌ ଛାତରୁ ଡେଇଁ ଜୀବନ ହାରିଥିବା କୁହାଯାଉଛି। ଛାତ୍ରୀ ଜଣଙ୍କ କୌଣସି ସୁଇସାଇଡ ନୋଟ ଛାଡ଼ିଛନ୍ତି କି ନାହିଁ, ତା’ର ଯାଞ୍ଚ ପୁଲିସ୍‌ କରୁଛି।

Advertisment

ଦ୍ୱିତୀୟ ଘଟଣାଟି ନିର୍ମଳ ଜିଲ୍ଲାରେ ଥିବା ରାଜୀବ ଗାନ୍ଧି ୟୁନିଭର୍ସିଟି ଅଫ ନଲେଜ ଟେକ୍ନୋଲଜିରେ ଘଟିଛି। ଆଇଆଇଆଇଟି ବାସରା ଭାବେ ପରିଚିତ ଏହି ଶିକ୍ଷାନୁଷ୍ଠାନରେ ଜଣେ ୧୭ ବର୍ଷୀୟ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀ ଜଣଙ୍କ ଫିଜିକ୍ସ ପରୀକ୍ଷା ଦେବା ପରେ କ୍ୟାମ୍ପସରେ ଥିବା ୱାଶରୁମରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପରୀକ୍ଷା ପରେ ଛାତ୍ରୀ ଜଣଙ୍କ ନିଜ ପ୍ରଦର୍ଶନକୁ ନେଇ ଖୁସି ନଥିଲେ। ଏହାପରେ ସେ ନିଜର ଶିକ୍ଷକମାନଙ୍କ ସହ କଥା ହୋଇଥିଲେ। ସେମାନେ ତାଙ୍କୁ ବୁଝାସୁଝା କରିବା ସହ ବ୍ୟସ୍ତ ନ ହେବାକୁ କହିଥିଲେ। ତଥାପି ସେ ୱାଶରୁମକୁ ଯାଇ ଜୀବନ ହାରିଛନ୍ତି।

Telengana Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe