Advertisment

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ସଫା

କୁପୱାଡା ସ୍ଥିତ ଏଲଓସି ଦେଇ ପାକିସ୍ତାନ ପଟୁ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି ୨ ଜଣ ଆତଙ୍କବାଦୀ।

Terrorist

Terrorist

Advertisment

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ି ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ଜମ୍ମୁ-କଶ୍ମୀରର କୁପୱାଡା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀମାନେ ପଣ୍ଡ କରି ଦେଇଛନ୍ତି।

Advertisment

କୁପୱାଡା ସ୍ଥିତ ଏଲଓସି ଦେଇ ପାକିସ୍ତାନ ପଟୁ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି ୨ ଜଣ ଆତଙ୍କବାଦୀ।

ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ କୁହାଯାଇଛି ଯାଇଛି ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ମାତ ଦିଆଯାଇଛି। କୁପୱାଡାର କେରନ ସେକ୍ଟର ସ୍ଥିତ ଏଲଓସିରେ ହୋଇଥିବା ଅନୁପ୍ରବେଶରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏବେ ଅନୁପ୍ରବେଶ ଉଦ୍ୟମ ନିରୋଧ ଅପରେସନ ଜାରି ରହିଛି। 

Advertisment

ପ୍ରଥମେ ଏଲଓସିରେ ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଥିଲା। ଏହାପରେ ଆର୍ମିର ୬ ରାଷ୍ଟ୍ରୀୟ ରାଇଫଲ ଓ କୁପୱାଡା ପୁଲିସ୍‌ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଲୁଚି ରହିଥିବା ୨ ଆତଙ୍କୀ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ବେଶ କିଛି ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। 

କେରନ ସେକ୍ଟରରେ ଅନୁପ୍ରବେଶ ହେବ ବୋଲି ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ ଚାଲିଥିବା ଅପରେସନକୁ ସଫଳତା ମିଳିଛି।

ଏହାପୂର୍ବରୁ ଜମ୍ମୁର ରଜୌରୀ ସ୍ଥିତ ସୁନ୍ଦରବଣି ଅଞ୍ଚଳରେ ମଧ୍ୟ ସନ୍ଦିଗ୍ଧ ଗିତିବିଧି ଦେଖି ସେନା ପକ୍ଷରୁ ଗୁଳିମାଡ଼ ହୋଇଥିଲା। 

Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe