Advertisment

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କୀ ନିପାତ

ଜାରି ରହିଛି ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ଆଜି ସକାଳେ ଦୁଇ ଆତଙ୍କୀ ନିପାତ ହୋଇଥିବା ବେଳେ ମଧ୍ୟାହ୍ନରେ ଆଉ ଜଣକୁ ସଫାକଲେ ସୁରକ୍ଷାକର୍ମୀ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଜାରି ରହିଛି ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ବିଗତ 4 ଦିନ ହେବ ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କୀ। ଏହାର ପ୍ରତିଜବାବ ଦେଉଛନ୍ତି ସୁରକ୍ଷାକର୍ମୀ। ଏହିପରିପ୍ରେକ୍ଷୀରେ ଆଜି ଆଉ ତିନି ଜଣ ଆତଙ୍କୀଙ୍କୁ ନିପାତ ହୋଇଥିବା ସୂଚନା ମିଳିଛି। 

Advertisment

ବାରମୁଲ୍ଲା ଜିଲ୍ଲାରେ ଘଟିଥିବା ଏନକାଉଣ୍ଟରରେ ଏହି ତିନି ଆତଙ୍କୀ ନିପାତ ହୋଇଛନ୍ତି। କଶ୍ମୀର ପୁଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ପୁଲିସର କହିବା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା। ସେନା ଓ ପୁଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ।

କିଛି ସମୟ ଧରି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି। ଏଥିସହ ଦୁଇ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଗତ ବୁଧବାରରୁ ଜମ୍ମୁ-କାଶ୍ମୀରରେ ହମଲା କରୁଛନ୍ତି ଆତଙ୍କୀ। ଏଥିରେ ଗତକାଲି ଜଣେ ଯବାନ ସହିଦ ହୋଇଥିବା ବେଳେ ବୁଧବାର ଓ ଗୁରୁବାର ପୁଲିସଙ୍କ ସମେତ 4 ଯବାନ ସହିଦ ହୋଇଥିଲେ।

Advertisment

ଏଥିରେ ସେନାର 6 ବର୍ଷର କୁକୁର କେଣ୍ଟ ମଧ୍ୟ ବଳିଦାନ ଦେଇଥିଲା। ଏବେ ବି ବିଭିନ୍ନ ସ୍ଥାନରେ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଇ କମ୍ବିଂ ଅପରେସନକୁ କଡାକଡି କରାଯାଇଛି।   

Encounter Terrorist Attack Jammu Kashmir News J&K Encounter