Advertisment

ଅନନ୍ତନାଗରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ସୁରକ୍ଷା ବାହିନୀର ଗୁଳିରେ ୨ ଆତଙ୍କବାଦୀ ନିପାତ।

Encounter in Kashmir

Encounter in Kashmir

Advertisment

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀର ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଜିଲ୍ଲାର କଚୱାନ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଚଳାଇଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏହି ଅଞ୍ଚଳର ଜଙ୍ଗଲରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ପାଇବା ପରେ ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ ଦ୍ୱାରା ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା।

Advertisment

ଯେତେବେଳେ ମିଳିତ ସୁରକ୍ଷା ବାହିନୀ ସନ୍ଦିଗ୍ଧ ଅଞ୍ଚଳ ଆଡ଼କୁ ଯାଇଥିଲେ, ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସୁରକ୍ଷା ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଶାଂଗସ୍ ଲାର୍ନୁ ଜଙ୍ଗଲରେ ଏହି ଅପରେସନ୍ ଚାଲିଛି ଏବଂ ଏପର୍ଯ୍ୟନ୍ତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେନାର ସୂଚନାନୁସାରେ, ନିହତ ହୋଇଥିବା ଆତଙ୍କବାଦୀ ଶାଂଗସର ଟେରିଟେରାଲ୍ ଆର୍ମି ହିଲାଲ ଅହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। କୁହାଯାଉଛି ଯେ ଗତ ୧୨ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ତିନୋଟି ଆତଙ୍କବାଦୀ ସମ୍ବନ୍ଧୀୟ ଘଟଣା ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Advertisment
Encounter Jammu And Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe