Advertisment

୨ ଆତଙ୍କବାଦୀ ସଫା, ୨ ସପ୍ତାହରେ ସଂଖ୍ୟା ୮ରେ ପହଞ୍ଚିଲା

ଆଜି ସକାଳେ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି।

J&k

J&k;

Advertisment

ଆତଙ୍କବାଦୀ ନିରୋଧ ଅପରେସନକୁ ପୁଣି ମିଳିଛି ସଫଳତା। ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୨ ଜଣ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କିସ୍ତିୱାର ଜିଲ୍ଲା ଛତ୍ରୋ ସ୍ଥିତ ସିଙ୍ଗପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ପାଇଛି। ଆଜି ସକାଳେ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଆର୍ମିର ହ୍ୱାଇଟ ନାଇଟ କ୍ରପ୍ସ ପକ୍ଷରୁ କୁହାଯାଇଛି ଯେ ଅପରେସନ ତ୍ରାଶି ନାଁରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏଥିରେ ଜମ୍ମୁ-କଶ୍ମୀର ପୁଲିସ୍‌, ପାରା ସ୍ପେଶାଲ ଫୋର୍ସର ୨ଟି ଟ୍ରୁପ୍ସ, ଆର୍ମିର ୧୧ ରାଷ୍ଟ୍ରୀୟ ରାଇଫଲ୍ସ, ୭ମ ଆସାମ ରାଇଫଲ୍ସ ଓ କିସ୍ତିୱାର ଏସଓଜି ଯବାନ ସାମିଲ ହୋଇଥିଲେ। ସକାଳ ୭ଟାରେ ଅପରେସନ ଚାଲିଥିବା ବେଳେ ସିଙ୍ଗପୁରା ଛତ୍ରୋ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା ଯେ ୩ରୁ ୪ ଜଣ ଆତଙ୍କବାଦୀ ଛତ୍ରୋ ଜଙ୍ଗଲରେ ଲୁଚି ଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘେରାବନ୍ଦୀ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ଓ ଏନକାଉଣ୍ଟର ସ୍ଥଳର ସବୁ ରାସ୍ତାକୁ ସିଲ୍‌ କରାଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ୨ ଜଣ ଜୈଶ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେହକୁ ଜବତ କରାଯାଇଛି। ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି। ଏବେ ବି ଜଙ୍ଗଲରେ ଆଉ କିଛି ଆତଙ୍କବାଦୀ ଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ହୋଇଥିବା ଏନକାଉଣ୍ଟରରେ ୮ ଜଣ ଆତଙ୍କବାଦୀ ନିହତ ହୋଇ ସାରିଲେଣି। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ ତ୍ରାଲରେ ହୋଇଥିବା ଏନକାଉଣ୍ଟରରେ ଜୈଶର ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଶୋପିଆନରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଇ-ତାଏବାର ୩ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା।

Terror Attack Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe